www.samajalive.in
Monday, December 8, 2025
14.1 C
Bhubaneswar

୪ ଥର ବିକ୍ରି ହୋଇଥିଲା ଅଢେଇ ମାସର ଶିଶୁ: କୌଶଳକ୍ରମେ ଉଦ୍ଧାର କଲା ପୁଲିସ, ୫ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଅଢେଇ ମାସର ଶିଶୁକୁ ବିକ୍ରି କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ଶିଶୁକୁ ଏପର୍ଯ୍ୟନ୍ତ ୪ ଥର ବିକ୍ରି କରାଯାଇଛି। ଦିଲ୍ଲୀ ପୁଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ଶେଷରେ କୌଶଳକ୍ରମେ ଶିଶୁଟିକୁ ଉଦ୍ଧାର କରିଛି।

ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ୱାତୀ ମାଲିୱାଲଙ୍କ କହିବାନୁସାରେ, ଏକ ଅଢେଇ ମାସର ଶିଶୁକୁ ଡିସିଡବ୍ଲ୍ୟୁ(ଦିଲ୍ଲୀ କମିଶନ ଫର୍‍ ୱିମେନ) ଓ ଦିଲ୍ଲୀ ପୁଲିସର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି। ତୃତୀୟ କନ୍ୟା ସନ୍ତାନ ହୋଇଥିବାରୁ ଶିଶୁର ବାପା ତାକୁ ୪୦ ହଜାର ଟଙ୍କାରେ ବିକ୍ରି କରିଥିଲା। ଶିଶୁଟି ୪ ଥର ବିକ୍ରି ହୋଇସାରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ମଣିଷ ଚୋରା ଚାଲାଣକାରୀ। ଦିଲ୍ଲୀ ପୁଲିସ ଏହି ମାମଲାର ଉଚିତ ତଦନ୍ତ କରିବାକୁ ଶ୍ୱାତୀ ଅନୁରୋଧ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଅମନପ୍ରୀତ ନାମକ ଜଣେ ବ୍ୟକ୍ତି ଦିଲ୍ଲୀ ମହିଳା କମିଶନକୁ ସୂଚନା ଦେଇଥିଲେ ଯେ, ନିଜ ଅଢେଇ ମାସର ଶିଶୁକୁ ସେ ଜଣଙ୍କୁ ଦେଇ ଦେଇଥିଲେ। କାରଣ ସେ ଶିଶୁଟିର ଲାଳନ ପାଳନ କରିବାକୁ ସକ୍ଷମ ନ ଥିଲେ। ହେଲେ ସେ ଜାଣିବାକୁ ପାଇଲା ଯେ, ତାଙ୍କ ଶିଶୁକୁ ସେ ବିକ୍ରି କରିଦେଇଛି। ଏହାପରେ ମହିଳା କମିଶନର ଟିମ୍‍ ଦିଲ୍ଲୀ ପୁଲିସ ସହ ମିଶି ପ୍ରଥମେ ଜାଫରାବାଦରେ ରହୁଥିବା ମନୀଷା ନାମ୍ନୀ ଜଣେ ମହିଳା ନିକଟକୁ ଯାଇଥିଲା। ଅମନପ୍ରୀତ କହିଥିଲେ ଯେ, ମନୀଷାକୁ ହିଁ ସେ ୪୦ ହଜାର ଟଙ୍କାରେ ନିଜ ଶିଶୁକୁ ବିକ୍ରି କରିଥିଲେ। ମାତ୍ର ମନୀଷାଠାରୁ ଜଣାପଡ଼ିଲା ଯେ, ସେ ମାଦୀପୁରର ଜଣେ ମହିଳାକୁ ଶିଶୁଟିକୁ ବିକ୍ରି କରି ଦେଇଛନ୍ତି। ଏହାପରେ ଟିମ୍‍ ମାଦୀପୁରର ଇନ୍ଦୁ ନାମ୍ନୀ ମହିଳା ପାଖକୁ ଗଲା। ସେ ପୁଣି ଶକୁରପୁର ସ୍ଥିତ ରାଧା ନାମକ ମହିଳାର ଠିକଣା ଦେଇଥିଲା। ପରେ ରାଧା କହିଥିଲା ଯେ, ସେ ଶିଶୁଟିକୁ ନିଜ ଭଉଣୀକୁ ଦେଇଦେଇଛି। ଚାୱଡ଼ି ବଜାରରେ ରହୁଥିବା ରାଧାର ଭଉଣୀ ତ୍ରିଲୋକପୁରୀର ଠିକଣା ଦେଇଥିଲା। ଶେଷରେ ଶିଶୁକୁ ସେଠାରୁ କୌଶଳକ୍ରମେ ଉଦ୍ଧାର କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories