www.samajalive.in
Tuesday, December 9, 2025
15.1 C
Bhubaneswar

ମୋଦୀଙ୍କୁ ସତର୍କ କରାଇଲେ ସୋନିଆ, ଦେଲେ କଡ଼ା ଚେତାବନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପରିବେଶ ପ୍ରଭାବ ଆକଳନ (ଇଆଇଏ) ୨୦୨୦ ଡ଼୍ରାଫ୍ଟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା  ହେଉଛି । ପ୍ରଥମରୁୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏହାକୁ କଟୁ ସମାଲୋଚନା କରିଆସୁଛନ୍ତି । ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ସତର୍କ କରାଇ ଦେଇଛନ୍ତି । ଏହା ସହ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ।

ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ପରିବେଶ ପ୍ରଭାବ ଆକଳନ ୨୦୨୦ ଡ଼୍ରାଫ୍ଟକୁ ନେଇ ବିରୋଧ ଆରମ୍ଭ କରିଛନ୍ତି । ପରିବେଶବିତମାନେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି ରାହୁଳ ଗାନ୍ଧୀ ପୂର୍ବରୁ ଏହି ଡ଼୍ରାଫ୍ଟ ଦେଶହିତ ଅପେକ୍ଷା ବିଜେପି ପାଇଁ ବେଶୀ ହିତକର ବୋଲି କହିଛନ୍ତି । ଏପରିକି ଏହାକୁ ସେ ‘ଲୁଟ୍ ଅଫ୍ ନେସନ’ ବୋଲି ମଧ୍ୟ ଅଭିହିତ କରିଛନ୍ତି ।   ତଥାପି ସମସ୍ତ ବିରୋଧ ସତ୍ବେ ସରକାର ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି ।

ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଯଦି ଆପଣ ପ୍ରକୃତିକୁ ରକ୍ଷା କରିବେ ତେବେ ପ୍ରକୃତି ଆପଣଙ୍କୁ ସୁରକ୍ଷା ଦେବ । ବର୍ତମାନ ସମୟରେ ଯେତେବେଳେ ସାରା ଦୁନିଆ ମହାମାରୀକୁ ସମ୍ମୁଖୀନ ହୋଇଛି, ସେତେବେଳେ ଏହା ମାନବ ଜାତି ପ୍ରତି ଏକ ନୂଆ ଆହ୍ବାନ ସୃଷ୍ଟି ହୋଇଛି । ଏହି ସମୟରେ ଆମର ଦାୟିତ୍ଵ ହେଉଛି ଆମେ ପରିବେଶକୁ ରକ୍ଷା କରିବା । ମାତ୍ର ଆମ ଦେଶର ବିକାଶ ଦୌଡ଼ରେ ପରିବେଶକୁ ବଳିଦେବା ଉଚିତ୍ ନୁହେଁ ।
ବିକାଶ ପାଇଁ ପରିବେଶକୁ ବଳି ଦିଆଯାଉଛି, ମାତ୍ର ଏହା ଏକ ସୀମା ମଧ୍ୟରେ ରହିବା ଆବଶ୍ୟକ । ଗତ ୬ ବର୍ଷ ମଧ୍ୟରେ ସରକାର ପରିବେଶ ରକ୍ଷା ନିମେନ୍ତ କୌଣସି ବିଚାର କରିନାହାନ୍ତି । ଏହି ପ୍ରସଙ୍ଗରେ ଆମେ ବିଶ୍ଵର ଅନ୍ୟ ଦେଶଠାରୁ ପଛରେ।ମହାମାରୀ ଯୋଗୁଁ ସରକାର ଏ ପ୍ରସଙ୍ଗରେ ବିଚାର କରିବା ଆବଶ୍ୟକ,ମାତ୍ର ଏହାକୁ ଅଣଦେଖା କରାଯାଉଛି । ଏବେ ସରକାର ଇଜ ଅଫ୍ ଡ଼ୁଇଙ୍ଗ ବିଜିନେସ ନାମରେ ନିୟମର ଉଲ୍ଲଙ୍ଘନ କରୁଛନ୍ତି ବୋଲି ସୋନିଆ କହିଛନ୍ତି ।
ସରକାର ଦେଶରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରିବା ଏବଂ ପରିବେଶ ଉପରେ ଏହାର କି ପ୍ରଭାବ ପଡ଼ିବ ସେଥିପାଇଁ ପରାମର୍ଶ ଦେବା ନିମନ୍ତେ ପରିବେଶ ପ୍ରଭାବ ଆକଳନ (ଇଆଇଏ) ଡ଼୍ରାଫ୍‌ଟ ପ୍ରସ୍ତୁତ କରିଛନ୍ତି । ଇଆଇଏ ସର୍ତ ପୂରଣ କରୁଥିବା ପ୍ରକଳ୍ପଗୁଡ଼ିକୁ ପରିବେଶ ମନ୍ତ୍ରଣାଳୟ ଅନୁମତି ଦେବାକୁ ବ୍ୟବସ୍ଥା ହୋଇଛି । ମାତ୍ର ସରକାରଙ୍କ ପକ୍ଷରୁ ଏହି ପଦ୍ଧତିକୁ ବିରୋଧୀ ସମାଲୋଚନା କରିଛନ୍ତି ଏବଂ ସୋନିଆ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories