www.samajalive.in
Monday, December 8, 2025
13.1 C
Bhubaneswar

ପୁଲିସ ଗୁଳିରେ ତିନି ବିଜେପି କର୍ମୀ ଆହତ

କଲକାତା : ବିଜେପି କର୍ମୀଙ୍କ ଉପରେ ଗୁଳି ଚାଳନାକୁ କେନ୍ଦ୍ରକରି ଶନିବାର ରାତିରୁ ବାଙ୍କୁଡ଼ାର ପାତ୍ରସାୟ ଅଞ୍ଚଳ ଉତ୍ତେଜନାପ୍ରବଣ ହୋଇପଡ଼ିଛି। ଫଳରେ ଆଜି ବି ସମଗ୍ର ଅଞ୍ଚଳକୁ ପୁଲିସର ବିଶାଳ ବାହିନୀ ଘେରି ରହିଛି। ତେବେ ମିଥ୍ୟା ଅଭିଯୋଗରେ ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ତମାଳକାନ୍ତି ଗୁଇଁଙ୍କୁ ପୁଲିସ ଗିରଫ କରିଛି ବୋଲି ଅଭିଯୁକ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଗତକାଲି ଗୁଳିକାଣ୍ଡ ଘଟଣାରେ ଯେଉଁ ତିନିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ବିଜେପି କର୍ମୀ ଏବଂ ସେମାନେ ପୁଲିସ ଗୁଳିରେ ଆହତ ହୋଇଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ପ୍ରସଙ୍ଗତଃ ଶନିବାର ରାତିରେ ତୃଣମୂଳ ନେତା ତଥା ରାଜ୍ୟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପାତ୍ରସାୟାଠାରେ ଦଳୀୟ କାର୍ଯ୍ୟସୂଚୀ ସାରି ଫେରିବା ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସମୟରେ ଅଚାନକ କେହି ଗୁଳି ଚଳାଇବା ଦ୍ୱାରା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସହ ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ହୋଇଥିବା ସୌମେନ୍‍ ବାଉରୀ, ତାପସ ବାଉରି, ଟୁଲୁ ଖାଁଙ୍କୁ ଗୁରୁତର ଆହତ ଅବସ୍ଥାରେ ବାଙ୍କୁଡ଼ା ସମ୍ମିଳନୀ ମେଡିକାଲକୁ ଭର୍ତ୍ତି କରାଯାଇଛି। ଘଟଣା ପରେ ସ୍ଥାନୀୟ ବିଜେପି କର୍ମୀମାନେ ଗୁଳି ଚାଳନା ଅଭିଯୋଗ ପୁଲିସ ବିରୋଧରେ ଉଠାଇବା ଦ୍ୱାରା ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା।
ଆଜି ସକାଳେ ସମଗ୍ର ଅଞ୍ଚଳରେ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି ହେବାରୁ ବିଶାଳ ପୁଲିସ ବାହିନୀ ମୁତୟନ କରାଯାଇଛି। ପରେ ଅର୍ଥାତ୍‍ ସକାଳେ ପୁଲିସ ସମଗ୍ର ଅଞ୍ଚଳରେ ଅଭିଯାନ ଚଳାଇ ପାତ୍ରସାୟସ୍ଥିତ କାଁକରଡାଙ୍ଗା ଘଟଣାରେ ଜଡ଼ିତ ରହିବା ଅଭିଯୋଗରେ ବିଜେପିର ସ୍ଥାନୀୟ ମଣ୍ଡଳ ସଭାପତି ତମାଳ କାନ୍ତି ଗୁଇଁଙ୍କୁ ପୁଲିସ ଗିରଫ କରିଛି। ପରେ ପୁଲିସ ତାଙ୍କୁ ବିଷ୍ଣୁପୁର ମହକୁମା ଅଦାଲତକୁ ଚାଲାଣ କରିବାଦ୍ୱାରା ମାନ୍ୟବର ବିଚାରପତି ପ୍ରବୀର ମହାପାତ୍ର ଅଭିଯୁକ୍ତଙ୍କୁ ଚାରିଦିନ ପୁଲିସ ହାଜତରେ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ତମାଳ କାନ୍ତି ଗୁଇଁଙ୍କ ନିକଟରୁ ଦୁଇଟି ପାଇପ୍‍ ଗନ୍‍, ଗୋଟିଏ ପିସ୍ତଲ ଓ ଗୋଟିଏ କଟୁରୀ ଉଦ୍ଧାର ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏକାଧିକ ଧାରାରେ ମାମଲା ରୁଜୁ କରିଛି।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପତ୍ନୀ ଶାଶ୍ୱତୀ ଗୁଇଁ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ପୁଲିସ ମିଥ୍ୟା ମାମଲାରେ ଗିରଫ କରିଛି। ତାଙ୍କ ନିକଟରୁ କୌଣସି ଧରଣର ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇ ନାହିଁ। ଦୋକାନରେ ସେ ବସିଥିବାବେଳେ ପୁଲିସ ଆସି ତାକୁ ଧରି ନେଇଯାଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories