www.samajalive.in
Friday, December 5, 2025
23.1 C
Bhubaneswar

ସର୍ଚ୍ଚ ଅପରେସନ୍ ଜୋରଦାର, ଆଗକୁ ମାଓ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା : ଆଜି ନୂଆପଡ଼ା ଗସ୍ତରେ ଯିବେ ପୁଲିସ୍ ଡିଜି

ନୂଆପଡ଼ା : ଓଡିଶା-ଛତିଶଗଡ ସୀମା ଗରିଆବନ୍ଧ ଏନକାଉଣ୍ଟରରେ ଆହୁରି ବଢିପାରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା। ଏନକାଉଣ୍ଟର ସ୍ଥଳରେ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ୍।  ସୁରକ୍ଷା କର୍ମୀ-ମାଓବାଦୀ ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଗୁଳି ବିନିମୟରେ ୨ ମହିଳା ମାଓବାଦୀଙ୍କୁ ମିଶାଇ ୧୪ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଇତିମଧ୍ୟରେ ୧୪ ଜଣଙ୍କ ଶବ ଉଦ୍ଧାର ହୋଇଥିବାବେଳେ ମୃତାହତଙ୍କ ସଂଖ୍ୟା ୨୨ ରହିଥିବା କୁହାଯାଉଛି। ଏଥିରେ କୁଖ୍ୟାତ ମାଓନେତା କେନ୍ଦ୍ରୀୟ କମିଟି ସଦସ୍ୟ ଜୟରାମ ଓରଫ ଚଲପତିର ମୃତଦେହ ମଧ୍ୟ ମିଳିଛି। ମାଓ ଦମନ ଅଭିଯାନରେ କୌଣସି କେନ୍ଦ୍ରୀୟ ସଦସ୍ୟଙ୍କ ମୃତ୍ୟୁ ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହାକୁ ନେଇ ନୂଆପଡ଼ାରୁ ଛତିଶଗଡ଼ ଓ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି। ସେପଟେ ଆଜି ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିବେ ପୁଲିସ୍ ଡିଜି ଓ୍ବାଇ.ବି ଖୁରାନିଆ। ନୂଆପଡା ଜିଲ୍ଲା ଗସ୍ତ କରିବେ ଡିଜିପି। ସେଠାରେ ଉଭୟ ରାଜ୍ୟର ପୁଲିସ୍ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories