www.samajalive.in
Saturday, December 6, 2025
26.1 C
Bhubaneswar

ସେନା ତତ୍ତ୍ବାବଧାନରେ ଚାଲିଛି ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ରହିଛନ୍ତି ବାଂଲାଦେଶୀ। ସେମାନଙ୍କୁ ଚିହ୍ନଟ କରିବା ଏବେ ସୁରକ୍ଷାବାହିନୀ ପାଇଁ ଚିନ୍ତାର କାରଣ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋର୍‌ଦାର କରାଯାଇଛି। ଏଥିଲାଗି ସ୍ବତନ୍ତ୍ର ସେନା ଦଳ କାର୍ଯ୍ୟ କରୁଛି। ସେନା ଦଳ ତତ୍ତ୍ବାବଧାନରେ ଓଡ଼ିଶା ପୁଲିସ ବାଂଲାଦେଶୀଙ୍କୁ ଉଠାଇ ନେଉଛି। ସେମାନଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ସ୍ବଦେଶ ଫେରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଯେଉଁମାନଙ୍କର ପ୍ରମାଣପତ୍ର ଥିବ ସେମାନଙ୍କୁ ଛାଡ଼ିଦିଆଯିବ ବୋଲି ସୂଚନା ରହିଛି। କମିସନରେଟ ପୁଲିସ ରାଜଧାନୀରୁ ପ୍ରାୟ ୪୦ ବାଂଲାଦେଶୀଙ୍କୁ ଧରି ସେନା ଦଳକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସହରୀ ପୁଲିସର ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ରହିଛି, ଡିଆଇବି ମଧ୍ୟ କାର୍ଯ୍ୟ କରୁଛି, ଆୟୁକ୍ତଙ୍କ ଅଧୀନରେ ସ୍ପେଶାଲ କ୍ରାଇମ ୟୁନିଟ (ଏସ୍‌ସିୟୁ) ରହିଥିବା ବେଳେ ବାଂଲାଦେଶୀଙ୍କୁ ସ୍ପେଶାଲ ସ୍କ୍ବାଡ ଚିହ୍ନଟ କରୁଛି। କମିସନରେଟ ପୁଲିସର ଗୁଇନ୍ଦା ସଂସ୍ଥା ବାଂଲାଦେଶୀ ଚିହ୍ନଟ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏଥିରୁ ସ୍ପଷ୍ଟ ବାରି ହେଉଛି।

ସମଗ୍ର ବିଶ୍ବରେ ଆତଙ୍କବାଦ ଦମନ ଏକ ବଡ଼ ଆହ୍ବାନ ହୋଇଛି। ଭାରତ ସମେତ ଏସିଆର ଅଧିକାଂଶ ରାଷ୍ଟ୍ରରେ ଆତଙ୍କବାଦୀ ହିଂସାତ୍ମକ କାର୍ଯ୍ୟ ଚଳାଉଛନ୍ତି। ପ୍ରତି ମୁହୂର୍ତ୍ତରେ ପାକିସ୍ତାନୀ ଓ ଅନ୍ୟ ଇସ୍‌ଲାମୀୟ ଆତଙ୍କବାଦୀ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଭାରତ ସରକାର ଅପରେସନ୍‌ ‘ସିନ୍ଦୂର’ ପରେ ଅଧିକ ସତର୍କ ହୋଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଅନୁପ୍ରବେଶକରୀଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବ ିତ କରିଥିଲେ। ତଦନ୍ତକାରୀ ସଂସ୍ଥାକୁ ଚିହ୍ନଟ ପାଇଁ ଦାୟିତ୍ବ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଜଣେ ହେଲେ ବି ଅନୁପ୍ରବେଶକାରୀକୁ ଚିହ୍ନଟ କରିବାରେ ତଦନ୍ତକାରୀ ସଂସ୍ଥା ସଫଳ ହୋଇନଥିଲା। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାରେ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭୂମିକା ରହିଥିଲା। ପରେ ଏହି ଦାୟିତ୍ବ ସେନା ଦଳକୁ ଦିଆଯାଇଛି। କେବଳ ଓଡ଼ିଶା ନୁହେଁ, ବିଭିନ୍ନ ରାଜ୍ୟରେ ଏବେ ସେନା ଦଳର ତତ୍ତ୍ବାବଧାନରେ ଅନୁପ୍ରବେଶକାରୀଙ୍କୁ ତଡ଼ିବା ଅଭିଯାନକୁ ଜୋରଦାର୍‌ କରାଯାଇଛି।

- Advertisement -

ଅନୁପ୍ରବେଶକାରୀଙ୍କ ଠିକଣା ପାଇବା ତଦନ୍ତକାରୀ ସଂସ୍ଥା ପାଇଁ କଷ୍ଟକର ବ୍ୟାପାର ହୋଇଛି। ସେମାନେ ଭାରତର ଆଧାର କାର୍ଡ, ପ୍ୟାନ୍‌ କାର୍ଡ ଆଦି ହାତେଇବାରେ ସଫଳ ହୋଇଛନ୍ତି। କିଛି ଦିନ ତଳେ ପାସ୍‌ପୋର୍ଟ ପ୍ରସ୍ତୁତ କରିବାକୁ ଆସି ନୂଆପଲ୍ଲୀ ଥାନା ପୁଲିସ ହାତରେ ପ୍ରାୟ ୬ ବାଂଲାଦେଶୀ ଧରାପଡ଼ିଥିଲେ। ସିମ୍ ବକ୍ସ ଜବତ ଘଟଣାରେ ମଧ୍ୟ ବାଂଲାଦେଶୀଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ଏହାର ମାଷ୍ଟରମାଇଣ୍ଡକୁ ଧରିବାରେ ପୁଲିସ ବିଫଳ ହୋଇଛି। ବିମାନ ବନ୍ଦରରୁ ଆଫଗାନିସ୍ତାନ ନାଗରିକ ଧରାପଡ଼ିବା ପରେ ତଦନ୍ତକାରୀ ସଂସ୍ଥା ପାଇଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆହ୍ବାନ ହୋଇଥିଲା। ଏମାନେ ଆସାମ ଦେଇ ଭାରତକୁ ପ୍ରବେଶ କରୁଛନ୍ତି। ବିନା ଭିସା ଓ ପାସପୋର୍ଟରେ ଓଡ଼ିଶାରେ ପହଞ୍ଚୁଛନ୍ତି। କିଛି ବର୍ଷ ରହିବା ପରେ ନକଲି ପ୍ରମାଣପତ୍ର ବଳରେ ନିଜକୁ ସ୍ଥାୟୀ ବାସିନ୍ଦା ଦର୍ଶାଉଛନ୍ତି। ବିଭିନ୍ନ ଅପରାଧରେ ବାଂଲାଦେଶୀଙ୍କ ସମ୍ପୃକ୍ତି ନଜରକୁ ଆସୁଛି। କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଭୁବନେଶ୍ବର ରେଳ ଷ୍ଟେସନରୁ ବାଂଲାଦେଶୀ ଧରିବା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଏସ୍‌ଟିଏଫ୍‌ ବାଂଲାଦେଶୀ ବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ସ୍ବତନ୍ତ୍ର ଦଳ ଗଠନ କରିଥିଲା। ସହରାଞ୍ଚଳରେ ଥିବା ଅନୁପ୍ରବେଶକାରୀଙ୍କୁ ଏବେ ଚିହ୍ନଟ କରାଯାଉଛି। ଆଗାମୀ ଦିନରେ ଉପକୂଳ ଅଞ୍ଚଳରେ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର୍‌ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories