www.samajalive.in
Monday, December 8, 2025
24.1 C
Bhubaneswar

ନିରବ ମୋଦୀ ମାମଲା: ପିଏନ୍‍ବିର ଦୁଇ ଅଧିକାରୀ ବହିଷ୍କୃତ

ମୁମ୍ବଇ: ହୀରା ବ୍ୟବସାୟୀ ନିରବ ମୋଦୀ ଋଣ ଠକେଇ ମାମଲାରେ ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କର ଦୁଇ ଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ ବୀରା ବ୍ରହ୍ମାଜୀ ରାଓ ଓ ସଞ୍ଜିବ ସରନ୍‍ଙ୍କୁ ବହିଷ୍କାର କରାଯାଇଛି। ଶ୍ରୀ ରାଓଙ୍କ ଅବସର ପାଇଁ ଆଉ ମାତ୍ର ଦୁଇ ଦିନ ରହିଥିବା ବେଳେ ସଞ୍ଜିବ ଆସନ୍ତା ମେ’ ମାସରେ ଅବସର ଗ୍ରହଣ କରିଥାନ୍ତେ। ପରିଚାଳନାରେ ଅପରାଗତା ଓ ଦାୟିତ୍ୱହୀନତା କାରଣରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଶ୍ରୀ ରାଓ ୨୦୧୪, ଜୁନ୍‍ରେ ପିଏନ୍‍ବିରେ ଯୋଗ ଦେବା ପୂର୍ବରୁ ବିଜୟା ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ। ସେହିପରି ସଞ୍ଜିବ ପିଏନ୍‍ବିରେ ୨୦୧୬ ସେପ୍ଟେମ୍ବରରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ପଦକୁ ପଦୋନ୍ନତି ପୂର୍ବରୁ ମହାପ୍ରବନ୍ଧକ ଥିଲେ। ଏହାପୂର୍ବରୁ ପିଏନ୍‍ବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଷା ଅନନ୍ତସୁବ୍ରମଣ୍ୟନ୍‍୍‍ଙ୍କୁ ସରକାର ଏହି ଦୁର୍ନୀତି ମାମଲାରେ ବହିଷ୍କାର କରିଥିଲେ। ପିଏନବିରେ ଯୋଗ ଦେବା ପୂର୍ବରୁ ଉଷା ଆହ୍ଲାବାଦ୍‍ ବ୍ୟାଙ୍କରେ ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ପଦରେ ଥିଲେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories