www.samajalive.in
Tuesday, December 9, 2025
17.1 C
Bhubaneswar

ଆମେରିକାକୁ ମିଳିତ ଶାନ୍ତି ପ୍ରସ୍ତାବ ଦେବେ ବ୍ରିଟେନ-ଫ୍ରାନ୍ସ-ୟୁକ୍ରେନ

ଲଣ୍ଡନ : ରୁଷ୍ ସହିତ ୟୁକ୍ରେନରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ବ୍ରିଟେନ, ଫ୍ରାନ୍ସ ଓ ୟୁକ୍ରେନ ପକ୍ଷରୁ ଏକ ମିଳିତ ଶାନ୍ତି ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି। ତିନି ରାଷ୍ଟ୍ର ପକ୍ଷରୁ ପ୍ରସ୍ତୁତ ମିଳିତ ଶାନ୍ତି ପ୍ରସ୍ତାବ ଆମେରିକାକୁ ଦିଆଯିବ। ଯାହାକୁ ଆମେରିକା କାର୍ଯ୍ୟକାରୀ କରିବା ଲାଗି ରୁଷ୍ ସହିତ ଆଲୋଚନା କରିବ। ମିଳିତ ଶାନ୍ତି ପ୍ରସ୍ତାବ ତିଆରି କରାଯିବା ସମ୍ପର୍କରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନରେ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ବିଶ୍ବର କୌଣସି ପ୍ରକାର ଶାନ୍ତି ବୁଝାମଣା କରିବାକୁ ହେଲେ ଆମେରିକାର ଗ୍ୟାରେଣ୍ଟି ଆବଶ୍ୟକ ହୋଇଥାଏ। ତେଣୁ ରୁଷ୍ ଆକ୍ରମଣରୁ ୟୁକ୍ରେନକୁ ସୁରକ୍ଷା ଦେବା ପୂର୍ବକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାରେ ଆମେରିକାର ମଧ୍ୟସ୍ଥତା ଜରୁରୀ। ଆମେରିକାର ଏପରି ଆବଶ୍ୟକତାକୁ ଗୁରୁତ୍ବ ଦେଇ ବ୍ରିଟେନ, ଫ୍ରାନ୍ସ ଓ ୟୁକ୍ରେନ ସେମାନଙ୍କ ଶାନ୍ତି ପ୍ରସ୍ତାବ ଆମେରିକାକୁ ପ୍ରଦାନ କରିବେ। ଷ୍ଟାର୍ମର କହିଛନ୍ତି ଯେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠାକୁ ୟୁରୋପୀୟ ୟୁନିୟନ ସମର୍ଥନ କରିବେ। ମାତ୍ର ଆମେରିକାର ଗ୍ୟାରେଣ୍ଟି ବିନା ଏହି ଶାନ୍ତିପ୍ରତିଷ୍ଠା ସଫଳ ହୋଇପାରିବ ନାହିଁ।
ରୁଷ୍ ସହିତ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ଶୁକ୍ରବାର ରାତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କ କଥାବାର୍ତ୍ତା ହୋଇଥିଲା। ମାତ୍ର ଏହି କଥାବାର୍ତ୍ତା ଶାନ୍ତିର ବାଟ ବାହାର କରିବା ପରିବର୍ତ୍ତେ ତିକ୍ତତା ବଢାଇଥିଲା। ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏପରିକି ଜେଲେନସ୍କି ତାଙ୍କ ଆମେରିକା ଗସ୍ତ ଅଧାରୁ ବାତିଲ କରି ଫେରିଆସିଥିଲେ। ଏହି ଘଟଣା ପରେ ବ୍ରିଟେନ ଓ ଫ୍ରାନ୍ସ ଶାନ୍ତି କଥାବାର୍ତ୍ତା ଲାଗି ମଧ୍ୟସ୍ଥତା କରିବା ଲାଗି ଆଗେଇ ଆସିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ କଥା ହୋଇ ସମାଧାନର ବାଟ ବହାର କରିବାର ଉଦ୍ୟମ ଚଳାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories