www.samajalive.in
Sunday, December 7, 2025
16.1 C
Bhubaneswar

ଆତ୍ମନିର୍ଭର ହେବା କ୍ଷେତ୍ରରେ ଭାରତର ପ୍ରୟାସ ଏକ ସୁଚିନ୍ତିତ ଅର୍ଥନୈତିକ ରଣନୀତି : ମୋଦୀ

ନୂଆଦିଲ୍ଲୀ : ଆତ୍ମ ନିର୍ଭର ହେବା କ୍ଷେତ୍ରରେ ଭାରତର ପ୍ରୟାସ କେବଳ ଏକ ଦୂରଦୃଷ୍ଟି ନୁହେଁ ବରଂ ଏହା ଏକ ସୁଚିନ୍ତିତ ଅର୍ଥନୈତିକ ରଣନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ଭର୍ଚୁଆଲ୍‍ ଗ୍ଲୋବାଲ୍‍ ଇନ୍‍ଭେଷ୍ଟର ରାଉଣ୍ଡ ଟେବୁଲରେ ଅଧ୍ୟକ୍ଷତା କରି କହିଛନ୍ତି। କରୋନା ମହାମାରୀ ସମୟରେ ଭାରତ ଯେଉଁ ଶକ୍ତି ଓ ସାହସର ସହିତ ଲଢ଼େଇ କରିଛି ତାହା ବିଶ୍ୱବାସୀଙ୍କୁ ଅଛପା ନୁହେଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ସଂକଟ ସମୟରେ ଭାରତୀୟମାନେ ନିଜର ସାମଗ୍ରୀକ ଦାୟିତ୍ୱ ଏବଂ ଜାତୀୟ ଏକତା ପ୍ରଦର୍ଶନ ସ୍ୱରୂପ ଏକ ନବସୃଜନ ସୃଷ୍ଟି କରିଛନ୍ତି। ବିଶ୍ୱର ଅଗ୍ରଣୀ ନିବେଶକ, ଭାରତୀୟ ବ୍ୟବସାୟୀକ ନେତୃବର୍ଗ ଏବଂ ଆର୍ଥିକ ବଜାର ନିୟନ୍ତ୍ରଣକମାନଙ୍କର ସର୍ବୋଚ୍ଚ ନୀତିନିର୍ଦ୍ଧାରକ ମାନେ ଏହି ରାଉଣ୍ଡ ଟେବୁଲରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦକ ଶକ୍ତି ଭାବେ ଗଢ଼ିତୋଳିବା ଦିଗରେ ଆମ ବ୍ୟବସାୟୀକ ସାମର୍ଥ୍ୟ ଏବଂ ଦକ୍ଷତାର ପୂର୍ଣ୍ଣ ବିନିଯୋଗ କରାଯାଉଛି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଦେଶୀୟ ଜ୍ଞାନକୌଶଳ ସହାୟତାରେ ଭାରତ ତାର ବିପୂଳ ମାନବ ସମ୍ବଳ ଓ ସେମାନଙ୍କ ପ୍ରତିଭାକୁ ବ୍ୟବହାର କରି ବିଶ୍ୱ ବିକାଶରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି। ନିବେଶକମାନେ ସେହି କମ୍ପାନୀରେ ନିବେଶ କରୁଛନ୍ତି ଯେଉଁଠି ଅଧିକ ସ୍ୱଚ୍ଛ ଏବଂ ଉଚ୍ଚ ଦାୟିତ୍ୱବୋଧ ରହିଛି ଏବଂ ଭାରତ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଅଭିବୃଦ୍ଧିର ପଥ ଅନୁସରଣ କରିବାରେ ବିଶ୍ୱାସ କରେ। ଏହି ଅବସରରେ ଭାରତୀୟ ଗଣତନ୍ତ୍ର, ଜନସଂଖ୍ୟା, ବଜାର ଚାହିଦା ଏବଂ ବିବିଧତା ପ୍ରସଙ୍ଗରେ ଆଲୋକପାତ କରି ଶ୍ରୀ କହିଛନ୍ତି, ଭାରତରେ ଗୋଟିଏ ସ୍ଥାନରେ ଏକାଧିକ ବ୍ୟବସ୍ଥାର ସମ୍ମେଳନ ଘଟିଛି। ସେ କହିଛନ୍ତି, ଏଠାରେ ବିକାଶ ବହୁମୁଖୀ ଏବଂ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବାରେ ଭାରତୀୟ ବଜାର ସମର୍ଥ ଅଟେ। ସେ କହିଛନ୍ତି, ଖୁବ୍‍ ଶୀଘ୍ର ଦେଶର କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ଓ ଆଧୁନିକ ପ୍ରକ୍ରିୟା ସହ ଯୋଡ଼ିପାରିବ ଯାହାଫଳରେ ଭାରତ ଖୁବ୍‍ ଶୀଘ୍ର ଏକ କୃଷି ରପ୍ତାନୀ କେନ୍ଦ୍ର ଭାବରେ ବିଶ୍ୱରେ ଉଭା ହେବ। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି, ଯଦି ଆପଣ ଭରସା ଯୋଗ୍ୟ ଫଳାଫଳ ଚାହୁଁଛନ୍ତି, ଗଣତାନ୍ତ୍ରିକ ଉପାୟରେ କିଛି ଚାହୁଁଛନ୍ତି ଏବଂ ଅଭିବୃଦ୍ଧି ସହ ସ୍ଥିରତା ଚାହୁଁଛନ୍ତି, ସେ କ୍ଷେତ୍ରରେ ଭାରତ ହିଁ ଏକମାତ୍ର ବିକଳ୍ପ। ଏହି ରାଉଣ୍ଡ ଟେବୁଲରେ ଯୋଗ ଦେଇଥିବା ୨୦ଟି ସର୍ବବୃହତ୍‍ ପେନ୍‍ସନ୍‍ ଓ ସଭରେନ୍‍ ୱେଲଥ୍‍ ଫଣ୍ଡମାନଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଭାରତକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍‍ କରିବା ପାଇଁ ଯାହା ଦରକାର ଆମେ ତାହା କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories