www.samajalive.in
Thursday, December 11, 2025
16.1 C
Bhubaneswar

‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ନୂଆଁଖାଇର ଶୁଭକାମନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅମୃତ ମହୋତ୍ସବ ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କଥା ଉଠାଇଛନ୍ତି । ତାହାସହ ଦେଶରେ କୁପୋଷଣକୁ ଦୂର କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

କୁପୋଷଣକୁ ଦୂର କରିବାକୁ ହେ​‌ଲେ ସାମାଜିକ ଜନଜାଗରଣର ଆବଶ୍ୟକତା ରିହିଛି । ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଡାଲି ଜାତୀୟ ଶସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ୱ ଠାରୁ ସବୁଠାରୁ ଆଗରେ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଏଥିପାଇଁ ବେଶୀ ପାଣିର ଆବଶ୍ୟକତା ନଥିବା ବେଳେ କ୍ଷୁଦ୍ର ଚାଷୀଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ବୋଲି ସେ କହିଛନ୍ତି ।

- Advertisement -

ତାହା ସହ ଜଳ ସଂରକ୍ଷଣର ଗୁରୁତ୍ୱ କଥା ମଧ୍ୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କଥା ‘ମନ୍‌ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏହି ଅବସରରେ ନୂଆଁଖାଇ ପାଇଁ ଓଡ଼ିଶାବାସୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ତାହା ସହ କେରଳର ଓନମ ଓ ବିଭିନ୍ନସ୍ଥାନରେ ହେବାକୁ ଥିବା ଗଣେଶ ଚତୁର୍ଥୀ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି । ଏହା ଆମ ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କକୁ ରୁଦ୍ଧିମନ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories