www.samajalive.in
Tuesday, December 9, 2025
17.1 C
Bhubaneswar

ଆକାଂକ୍ଷିତ ଜିଲ୍ଲା ଓ ଉପାନ୍ତ ଅଞ୍ଚଳରେ ୯୧ଟି ଏଫଏମ ରେଡ଼ିଓ ପ୍ରସାରଣ କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ଦେଶରେ ରେଡିଓ ସଂଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯୧ଟି ଏଫଏମ ଟ୍ରାନ୍ସମିଟରର ଉଦଘାଟନ କରିଛନ୍ତି। ଏହିସବୁ ଏଫଏମ ଟ୍ରାନ୍ସମିଟର ୧୦୦ ୱାଟ କ୍ଷମତା ସମ୍ପନ୍ନ ଅଟେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଟ୍ରାନ୍ସମିଟରଗୁଡିକ ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲ୍ଲାରେ ସ୍ଥାପିତ ହୋଇଛି। ଏହି ପ୍ରକ୍ରିୟାରେ ଆକାଂକ୍ଷିତ ଜିଲ୍ଲା ଏବଂ ସୀମାନ୍ତ ଅଞ୍ଚଳରେ କଭରେଜ୍ ବୃଦ୍ଧି ପାଇଁ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ସରକାର ନିରନ୍ତର ଭାବେ ବୈଷୟିକ ଜ୍ଞାନକୌଶଳର ସରଳୀକରଣ କରୁଛନ୍ତି। ସେ କହିଛନ୍ତି, ରେଡ଼ିଓ ଏବେ ନୂଆ ଅବତାରରେ ଲୋକମାନଙ୍କ ପାଖରେ ପହଂଚି ପାରିଛି ଓ ଡିଜିଟାଲ ଭାରତ ମାଧ୍ୟମରେ ରେଡ଼ିଓ ନୂଆ ସ୍ରୋତାଙ୍କ ନିକଟତର ହୋଇପାରିଛି। ଏଫଏମକୁ ସୂଚନା ଓ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସଠିକ ସମୟରେ ସୂଚନା ପ୍ରଦାନ, କୃଷି ପାଇଁ ପାଣିପାଗ ସମ୍ବନ୍ଧୀୟ ସୂଚନା ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ନିକଟତର କରାଇବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories