www.samajalive.in
Tuesday, December 9, 2025
17.1 C
Bhubaneswar

ଜିଆ ଖାନ୍‌ ଆତ୍ମହତ୍ୟା ମାମଲା: ସୂରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ, କହିଲେ-‘ସତ୍ୟର ସର୍ବଦା ଜୟ ହୋଇଥାଏ’

ମୁମ୍ବଇ: ଜିଆ ଖାନ୍‌ ଆତ୍ମହତ୍ୟା ମାମଲାରେ ବଲିଉଡ଼ ଅଭିନେତା ସୂରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଯଥେଷ୍ଟ ପ୍ରମାଣ ଅଭାବରୁ ସିବିଆଇର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୋଷମୁକ୍ତ ହେବା ପରେ ଅଭିନେତା ସୂରଜ ପଞ୍ଚୋଲି ପ୍ରଥମ ଥର ପାଇଁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। କୋର୍ଟର ରାୟ ଆସିବା ପରେ ସୂରଜ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିଜ ଇନ୍‌ଷ୍ଟା ଷ୍ଟୋରୀରେ ସେ ଲେଖିଛନ୍ତି, ସତ୍ୟର ସର୍ବଦା ଜୟ ହୋଇଥାଏ। ଏଥି ସହ ସେ ହାତଯୋଡ଼ା ଓ ଲାଲ୍ ହୃଦୟର ଇମୋଜି ମଧ୍ୟ ଦେଇଛନ୍ତି। ଇମୋଜି ତଳେ ହାସଟ୍ୟାଗ୍ ଦେଇ ‘ଭଗବାନ ମହାନ’ ବୋଲି ସେ ଲେଖିଛନ୍ତି।

- Advertisement -

ଅପରପକ୍ଷେ ରାୟକୁ ଗ୍ରହଣ କରିପାରି ନାହାନ୍ତି ଜିଆଙ୍କ ମାଆ ରାବିୟା ଖାନ୍। ସେ କହିଛନ୍ତି, ମୁଁ ଗୋଟିଏ କଥା କହିବି ଯେ ଆଜି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ଶେଷ ହୋଇଛି, କିନ୍ତୁ ପ୍ରଶ୍ନ ହେଉଛି ମୋ ଝିଅର ମୃତ୍ୟୁ କିପରି ହେଲା ? ତେଣୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମୁଁ ଆରମ୍ଭରୁ କହିଛି ଯେ ଏହା ଏକ ହତ୍ୟା ମାମଲା। ହାଇକୋର୍ଟରେ ସେ ଏହି ରାୟକୁ ଚ୍ୟାଲେଞ୍ଜ କରିବେ କି ବୋଲି ପଚରାଯିବାରୁ ହଁ, କାହିଁକି ନୁହେଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାବିୟା ଖାନ୍‌।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହା ଜୁନ୍‌ ୩ରେ ମୁମ୍ବଇସ୍ଥିତ ବାସଭବନରୁ ୨୫ ବର୍ଷୀୟା ଜିଆ ଖାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମିକ ସୂରଜ ପଞ୍ଚୋଲି ଏବଂ ଜିଆଙ୍କ ମଧ୍ୟରେ ସମ୍ପର୍କରେ ଫାଟ ଯୋଗୁ ସେ ଜୀବନ ହାରୁଥିବା ଜିଆ ଲେଖିଥିବା ଗୋଟିଏ ଚିଠିରୁ ଜଣାପଡ଼ିଥିଲା। ଜିଆଙ୍କ ମାଆ ମଧ୍ୟ ସୁରଜଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଥିଲେ। ଏହାପରେ ସୂରଜଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୩ ଜୁଲାଇ ମାସରେ ସୂରଜଙ୍କୁ ଜାମିନ ମିଳିଯାଇଥିଲା। ଏବେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories