www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ-ଜାପାନ ୬ ରାଜିନାମା ସ୍ୱାକ୍ଷର

ଟୋକିଓ : ଜାପାନର ରାଜଧାନୀ ଟୋକିଓଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅବସରରେ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରେଳ ଓ ନୌସେନା ସହଯୋଗ ସମେତ ୬ଟି ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହାସହ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ‘୨+୨’ କଥାବାର୍ତ୍ତାକୁ ନେଇ ସହମତି ପ୍ରକାଶ ପାଇଛି। ମୋଦୀ ଏବଂ ଆବେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଡିଜିଟାଲ ସହଭାଗିତା, ସାଇବର ସ୍ପେସ୍‍, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ସମୁଦ୍ର ଓ ମହାକାଶ ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ରାଜିନାମା ସ୍ୱାକ୍ଷର ହୋଇଛି। ଜାପାନ ନିବେଶକ ଭାରତରେ ୨.୫ ଶହ କୋଟି ଡଲାର ନିବେଶ କରିବାକୁ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଥିଲେ। ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହା ତ୍ରୟୋଦଶ ଦ୍ୱିପାକ୍ଷିକ କଥାବାର୍ତ୍ତା। ରବିବାର ସକାଳେ ହୋଇଥିବା କଥାବାର୍ତ୍ତାରେ ଆଞ୍ଚଳିକ ସୁରକ୍ଷା ଓ ପ୍ରତିରକ୍ଷା ସହଭାଗିତାକୁ ଗୁରୁତ୍ୱ ଦିଆଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଟୁଇଟ୍‍ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଟୋକିଓରେ ମିଳିଥିବା ଆତ୍ମିୟତା ଓ ସ୍ୱାଗତ ତାଙ୍କ ଯାତ୍ରାକୁ ଅବିସ୍ମରଣୀୟ କରିଦେଇଛି। ପୁରାତନ ଜ୍ଞାନ ଓ ନୂଆ ବୈଷୟିକ ଜ୍ଞାନକୌଶଳର ଯୁଗଳବନ୍ଦୀରେ ମାନବ ବିକାଶ ସମ୍ଭବ ବୋଲି ଜାପାନ ବିଶ୍ୱକୁ ଶିକ୍ଷା ପ୍ରଦାନ କରିଛି। ଭାରତ ଏବଂ ଜାପାନ ମଧ୍ୟରେ ବହୁ ସମାନତା ରହିଛି। ଦୁଇ ଦେଶର ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଆଧାରିତ। ଜି-୨୦ ସମ୍ମିଳନୀ, ରଗବୀ ବିଶ୍ୱକପ ଏବଂ ୨୦୨୦ରେ ଅଲମ୍ପିକ ଆୟୋଜନ ପାଇଁ ମୋଦୀ ଜାପାନକୁ ଶୁଭକାମନା ଜଣାଇଥିଲେ। ସେହିପରି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଥିଲେ ଯେ ଭାରତ ଓ ଜାପାନ ସମ୍ପର୍କ ବିଶ୍ୱର ସବୁଠୁ ଭଲ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟରୁ ଗୋଟିଏ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବଡ଼ ନିଷ୍ପତ୍ତି ନେଉଥିବା ଜଣେ ମଜଭୁତ ନେତା। ପ୍ରତିରକ୍ଷା, ମହାକାଶ ଏବଂ ସାଇବର ସହଯୋଗକୁ ଅଧିକ ମଜଭୁତ କରିବା ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି।
ଉଲ୍ଲେଖ ଯେ ମୋଦୀ ଶନିବାର ରାତିରୁ ଜାପାନ ଗସ୍ତରେ ଯାଇଛନ୍ତି। ଏହି ଗସ୍ତର ପ୍ରଥମ ଦିନରେ ଆବେ ତାଙ୍କର ଘରୋଇ ବାସଭବନରେ ମୋଦୀଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କରିଥିଲେ। ୟାମାନାସିସ୍ଥିତ ଲେକ୍‍ କାୱାଗୁଚିରେ ମୋଦୀଙ୍କ ପାଇଁ ଆବେ ରାତ୍ରି ଭୋଜନ ଆୟୋଜନ କରିଥିଲେ। ଆବେ କେବେହେଲେ କୌଣସି ବିଦେଶୀ ଅତିଥିଙ୍କୁ ତାଙ୍କର ଏହି ଘରୋଇ ବାସଭବନରେ ଏପରି ଆତିଥେୟତା ପ୍ରଦାନ କରି ନଥିଲେ। ଆବେ କହିଛନ୍ତି ଯେ ମୋଦୀ ତାଙ୍କର ହେଉଛନ୍ତି ଜଣେ ଭାରସାଯୋଗ୍ୟ ବନ୍ଧୁ। ଏହି ଅବସରରେ ମୋଦୀ ତାଙ୍କ ବନ୍ଧୁ ଆବେଙ୍କୁ ପଥର ଖୋଦେଇ ହୋଇ ତିଆରି ହୋଇଥିବା ଦୁଇଟି ଗିନା (ବାଉଲ) ଉପହାର ଦେଇଥିଲେ। ଏହି ଦୁଇଟି ଗିନାକୁ ରୋଜ୍‍ କ୍ୱାର୍ଜ ଓ ୟୋଲେ କ୍ୱାର୍ଜରେ ନିର୍ମିତ। ଏହିସବୁ ପଥରକୁ ରାଜସ୍ଥାନରୁ ସଂଗ୍ରହ କରାଯାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories