www.samajalive.in
Monday, December 8, 2025
27.1 C
Bhubaneswar

ଥରଟିଏ ଦେଖି ଆସନ୍ତୁ ନୈନିତାଲର ଶୋଭାରାଜି

ଡେରାଡୁନ୍ : ଅପରୂପ ଶୋଭାରାଜିର ଗନ୍ତାଘର ହେଉଛି ନୈନିତାଲ। ସେଠାକାର ପ୍ରତ୍ୟେକଟି ଦୃଶ୍ୟ ବିମୋହିତ କରିଥାଏ ପର୍ଯ୍ୟଟକଙ୍କୁ। ଯାହାକୁ ଥରୁଟିଏ ମାତ୍ର ଦେଖିବା ମାତ୍ରେ ମନରେ ଏକ ଛବି ହୋଇ ରହିଯାଏ । କେବଳ ଏହାର ବର୍ଣ୍ଣନା ଶୁଣି ଆପଣ ଏହାର ଚମତ୍କାରୀ ଶୋଭାକୁ ଉପଲବ୍ଧି କରିପାରିବେ ନାହିଁ। ଏହାକୁ ଉପଲବ୍ଧି କରିବା ପାଇଁ ଥରୁଟିଏ ଯାଇ ବୁଲି ଆସନ୍ତୁ ନୈନିତାଲ। ତେବେ ଚାଲନ୍ତୁ ଜାଣିବା ପର୍ୟ୍ୟଟନ ସ୍ଥଳୀ ନୈନିତାଲ ବିଷୟରେ ଅଧିକ କିଛି –

ଉତ୍ତରାଖଣ୍ଡ ରାଜ୍ୟର ହିମାଳୟ ପର୍ବତ ପାଦ ଦେଶରେ ଏହି ସୁନ୍ଦର ଓ ମନୋରମ ହିଲ୍ ଷ୍ଟେସନ୍ ଅବସ୍ଥିତ। ସୁନ୍ଦର ବନରାଜି, ଉଚ୍ଚ ପର୍ବତାମାଳାରେ ପରିବେଷ୍ଟିତ ଏହି ଅଞ୍ଚଳ ଏଠାକୁ ଆସୁଥିବା ସମସ୍ତ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବରାଫାବୃତ୍ତ ପାହାଡ ଘେରି ରହିଥିବା ଏହି ଅଞ୍ଚଳକୁ ହ୍ରଦର ସହର ବା ‘ଝିଲୋଁ କାଁ ସହର’ ମଧ୍ୟ କୁହାଯାଏ। କାରଣ ଏଠାରେ ବହୁତ ଛୋଟ ବଡ଼ ହ୍ରଦ ରହିଛି। ସେହି ହ୍ରଦମାନଙ୍କ ମଧ୍ୟରୁ ନୈନା ହ୍ରଦ ପ୍ରମୁଖ। ଏହି ଅଞ୍ଚଳର ନାମକରଣ ଏଠାକାର ପ୍ରସିଦ୍ଧ ନୈନାଦେବୀ ଶକ୍ତିପୀଠର ନାମ ଅନୁସାରେ ହୋଇଛି । ୧୮୮୦ ମସିହାରେ ନୈନା ଦେବୀଙ୍କ ପାରମ୍ପରିକ ମନ୍ଦିରଟି ଭୂସ୍ଖଳନରେ ନଷ୍ଟ ହୋଇଯିବା ପରେ ଏହାର ପୁନଃ ନିର୍ମାଣ କରାଯାଇଥିଲ। ଏଠାକୁ ଆସୁଥିବା ପର୍ୟ୍ୟଟକ ନୈନା ହ୍ରଦରେ ନୌବିହାର କରିବା ସହ ନୈନା ଦେବୀଙ୍କ ଦର୍ଶନ କରିଥା’ନ୍ତି।
ପଙ୍ଗୋଟ :

- Advertisement -

ନୈନିତାଲ ବୁଲିବାକୁ ଗଲେ ପଙ୍ଗୋଟ ଗାଁ’କୁ ମଧ୍ୟ ନିଶ୍ଚୟ ଯିବେ। କାରଣ ଏହା ହେଉଛି ନୈନିତାଲର ସବୁଠାରୁ ସୁନ୍ଦର ଗାଁ। ନୈନିତାଲଠାରୁ ୧୩ କି.ମି. ଦୂରରେ ଅବସ୍ଥିତ ଏହି ଗାଁ’କୁ ଯିବା ବାଟରେ ଆପଣ ଚାଇନା ପିକ୍, ସ୍ନୋ ଭ୍ୟୁ ପଏଣ୍ଟ ଓ କିଲବୁରୀ ଆଦି ଭ୍ରମଣସ୍ଥଳ ବୁଲି ପାରିବେ। ଏହି ଗ୍ରାମର ବିଶେଷତ୍ବ ହେଉଛି, ଏଠାରେ ପ୍ରାୟ ୫୮୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। ଏଗୁଡିକ ମଧ୍ୟରୁ ୧୫୦ଟି ଦେଶୀୟ ପ୍ରଜାତିର ହୋଇଥିବା ବେଳେ ଅନ୍ୟ ଗୁଡ଼ିକ ବିଦେଶୀ। ତେଣୁ ପକ୍ଷୀ ପ୍ରେମୀଙ୍କ ପାଇଁ ଏହା ଏକ ଉତ୍ତମ ସ୍ଥାନ।

ଗ୍ରୀଷ୍ମ ଋତୁରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ରହୁଥିବା ବେଳେ ଶୀତଦିନେ ୧୮ ଡିଗ୍ରୀ ସେଲସିୟସ ରହିଥାଏ। ଦେଖିବାକୁ ଗଲେ ବର୍ଷ ସାରା ଏଠାରେ ବର୍ଷା ମଧ୍ୟ ହୋଇଥାଏ। ତେଣୁ ଯଦି ଆପଣ ଏଠାକୁ ଯିବାକୁ ଚାହୁଁଛନ୍ତି ତେବେ, ମାର୍ଚ୍ଚରୁ ଜୁନ୍ ଏବଂ ଡିସେମ୍ବରରୁ ଫେବୃୟାରୀ ହେଉଛି ଉପଯୁକ୍ତ ସମୟ।

କେମିତି ଯିବେ :

କାଠଗୋଦାମ୍ ହେଉଛି ନୈନିତାଲର ପ୍ରବେଶ ପଥ।  କାଠ ଗୋଦାମ୍ ରେଳ ଷ୍ଟେସନ୍ ପହଞ୍ଚିବା ପରେ ଏଠାରୁ ଟ୍ୟାକ୍ସି ଯୋଗେ ଆପଣ ନୈନିତାଲ ଯାଇପାରିବେ। ରହିବାକୁ ଏଠାରେ ସରକାରୀ ଓ ବେସରକାରୀ ଯାତ୍ରୀନିବାସ ଓ ହୋଟେଲ ଅତି ସହଜରେ ମିଳିଯିବ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories