ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ
ବିମାନବନ୍ଦରରେ କରାଯାଉଛି ସମୀକ୍ଷା ବୈଠକ
ଭୁବନେଶ୍ୱର : ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡିଶା ଓ ପଶ୍ଚମିବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସାରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ , ଅନ୍ୟ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଛନ୍ତି। ବାତ୍ୟା କ୍ଷତି ନେଇ ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ବୈଠକ କରାଯାଉଛି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି।
ଏହାସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ,୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ , ପୁଲିସ ଡିଜି ଉପସ୍ଥିତ ରହିଛନ୍ତି। ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିସନର, ୫ଟି ସଚିବ ,ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଦୀର୍ଘ ୧ ଘଣ୍ଟା ଧରି ବୈଠକ ଚାଲିବ।ବୈଠକ ପରେ ଏରିଏଲ ସର୍ଭେରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ। ବାଲେଶ୍ୱର ଓ ଭଦ୍ରକ ପ୍ରଭାବିତ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ।
Comments are closed.