www.samajalive.in
Friday, December 5, 2025
27.1 C
Bhubaneswar

ଆଜିଠୁ +୨ ନାମଲେଖା ଆବେଦନ

ଭୁବନେଶ୍ବର : ଆଜିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ନାମଲେଖା ପାଇଁ  ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ଆବେଦନ କରାଯାଇପାରିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ +୨ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ନାମଲେଖା ପାଇଁ ୨୪ ତାରିଖ ଅପରାହ୍ଣ ୨ଟାରୁ ଆବେଦନ ଆରମ୍ଭ ହେବ। ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଜୁଲାଇ ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୮ରୁ ୧୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ରିପୋର୍ଟିଂ ସହ ନାମ ଲେଖାଇପାରିବେ। ଜୁଲାଇ ୯ରୁ ୧୫ ମଧ୍ୟରେ ନାମ ଲେଖାଇବା ପରେ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର ପାଇଁ ସ୍ଲାଇଡ୍‌ ଅପ୍‌ ଆବେଦନ କରିପାରିବେ। ଜୁଲାଇ ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୨୩ରୁ ୨୮ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବା ସହ ନାମ ଲେଖାଇପାରିବେ। ଜୁଲାଇ ୨୯ ସୁଦ୍ଧା ସାମ୍ସ ଇ-ସ୍ପେସ୍‌ରେ ନାମଲେଖା ସଂକ୍ରାନ୍ତ ତଥ୍ୟ ଦାଖଲ କରିବେ ଶିକ୍ଷାନୁଷ୍ଠାନ। ଜୁଲାଇ ୩୦ରେ ତତ୍କାଳ(ସ୍ପଟ୍‌) ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ।
ଅନ୍ୟପକ୍ଷରେ ଅଗଷ୍ଟ ପହିଲାରେ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ବା ଚଏସ୍‌ ଲକିଂ ସରିବ। ଅଗଷ୍ଟ ୭ରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ତତ୍କାଳ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ +୨ ନବାଗତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଛାତ୍ରଛାତ୍ରୀ www.samsodisha.gov.in ଲଗ୍‌ଇନ୍‌ କରି ନାମଲେଖା ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇପାରିବେ। ନାମଲେଖା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ନମ୍ବର ୧୫୫୩୩୫/ ୧୮୦୦୩୪୫୬୭୭୦ ମଧ୍ୟ ଜାରି କରାଯାଇଛି। ସାଧାରଣ ବର୍ଗଙ୍କ ପାଇଁ ଫର୍ମପୂରଣ ଦେୟ ୨ଶହ ଟଙ୍କା ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୧ ଶହ ଟଙ୍କା ରଖାଯାଇଛି। କିନ୍ନର ଏବଂ ଭିନ୍ନକ୍ଷମଙ୍କ ପାଇଁ ଫର୍ମପୂରଣ ମାଗଣା ରହିଛି। ସଂରକ୍ଷଣ ପାଇଁ ଆବେଦନକାରୀ ଆବେଦନ ସମୟରେ ଉଲ୍ଲେଖ କରିବେ। ନାମଲେଖା ସମୟରେ ସଂରକ୍ଷଣ ସାର୍ଟିଫିକେଟ୍‌(ପ୍ରମାଣପତ୍ର) ଦେଖାଇବାକୁ ପଡ଼ିବ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories