www.samajalive.in
Sunday, December 7, 2025
16.1 C
Bhubaneswar

ଦେଶର ୩ୟ ରାଜ୍ୟ ଭାବରେ ଓଡ଼ିଶା ଆରମ୍ଭ କଲା ପ୍ଲାଜମା ଥେରାପି

ଭୁବନେଶ୍ବର: କୋଭିଡ୍-୧୯ ବିରୋଧୀ ଲଢ଼େଇରେ ଆଜି ଆଉ ଏକପାଦ ଆଗକୁ ଯାଇ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କ ଚିକିତ୍ସାରେ ଏହା ବେଶ୍‌ ଉପାଦେୟ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍‌ସିଂ ଜରିଆରେ କଟକ ଏସ୍‌ସିବି ମେଡିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା ପ୍ଲାଜମା ଚିକିତ୍ସା ଆରମ୍ଭ କରିଛି। ଆଜି ପ୍ରଥମ ଦିନରେ ଆରୋଗ୍ୟ ଲାଭ କରିଥିବା ୪ ଜଣ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ନିଜ ରକ୍ତ ପ୍ଲାଜମା ଦାନ କରିବା ସହ କରୋନା ବିରୋଧୀ ଲଢ଼େଇରେ ଯୋଗଦାନ ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମୋ ସରକାର ଓ ମୋ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଏହାର ସୁରକ୍ଷା ପାଇଁ ସରକାର ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି। କୌଣସି ବ୍ୟକ୍ତି ଉନ୍ନତ ଚିକିତ୍ସା ସେବାରୁ ବଞ୍ଚିତ ହେବେ ନାହିଁ। ଆଜି ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ସବୁ ରୋଗୀଙ୍କୁ ମାଗଣାରେ ମିଳିବ। ଆମର ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଏଭଳି ଏକ ଜଟିଳ ପରିସ୍ଥିତିରେ ନିଃସ୍ବାର୍ଥପର ଭାବେ ଜନସାଧାରଣଙ୍କ ସେବା କରୁଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ବାନ ଜଣାଇଛନ୍ତି।

ସେହିପରି ଆଜି ବ୍ଲଡ୍ ପ୍ଲାଜମା ଦାନ କରିଥିବା ୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ସମସ୍ତ ସକ୍ଷମ ସୁସ୍ଥ ବ୍ୟକ୍ତିଙ୍କୁ ଏଥିପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ମିଶାଇ ୧୨ ଜଣ ସୁସ୍ଥ ବ୍ୟକ୍ତି ବ୍ଲଡ୍ ପ୍ଲାଜ୍‌ମା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି। ରାଜ୍ୟର ପ୍ରଥମ ପ୍ଲାଜ୍‌ମା ଡ଼ୋନର ଭାବେ ପଙ୍କଜ କୁମାର ବେହେରା, ଡ଼ା ଚିଦ ଭୂଷଣ ପଣ୍ଡା, ମନୋଜ କୁମାର ବରାଳ, ଅଭିନାଶ ରାଉତ ନିଜ ପ୍ଲାଜ୍‌ମା ଦାନ କରିଥିଲେ।
ପ୍ଲାଜ୍‌ମା ଥେରାପିରେ ଏସ୍‌ସିବି ମେଡିକାଲ କଲେଜ ନୋଡ଼ାଲ ଏଜେନ୍ସି ଭାବେ କାର୍ୟ୍ୟ କରିବ। ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲ, କିମ୍‌ସ୍ ହସ୍ପିଟାଲ ଓ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲ ପ୍ଲାଜ୍‌ମା ଥେରାପି ଚିକିତ୍ସା ପ୍ରଦାନ କରିବେ। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ଏସ୍‌ଆରସି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories