ଖେଲୋ ଇଣ୍ଡିଆ ପାଇଁ କ୍ରୀଡାବିତଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ତୃତୀୟ ଖେଲୋ ଇଣ୍ଡିଆ ପାଇଁ କ୍ରୀଡାବିତ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି l ଅରୁଣାଞ୍ଚଳ ପ୍ରଦେଶ ସ୍ଥିତ ଇଟାନଗର ରାଜୀବ ଗାନ୍ଧୀ ବିଶ୍ବବିଦ୍ୟାଳୟଠାରେ ଚଳିତ ମାସ ୧୯ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ତୃତୀୟ ଖେଲୋ ଇଣ୍ଡିଆ ଅନ୍ତଃ ବିଶ୍ଵବିଦ୍ୟାଳୟ ମହିଳା ଭାର ଉତ୍ତୋଳନ ପ୍ରତିଯୋଗିତାରେ ବାଲିପଦର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ସନ୍ଧ୍ୟାରାଣୀ ନାୟକ ୪୯ କେ. ଜି ବର୍ଗରେ ଭାଗ ନେବେ l ଅନ୍ୟମାନଙ୍କ ମଧ୍ୟରେ କୋଚ ଭାବେ ବ୍ରହ୍ମପୁରର ବନିତା ଘଡେଇ ଗସ୍ତ କରିଛନ୍ତି l କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ପ୍ରଫେସର ଗଣେଶ ସେଠୀ, ରାଜେଶ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

 

Comments are closed.