www.samajalive.in
Friday, November 14, 2025
25.1 C
Bhubaneswar

ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ାରେ ରାସ୍ତାକଡ଼ ଚାରାରୋପଣ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ରାଜ୍ୟ ରାଜମାର୍ଗ ପାର୍ଶ୍ୱରେ ୧୦ କିଲୋମିଟର ବ୍ୟାପୀ ଧାଡ଼ି ଚାରାରୋପଣ କରାଯାଇଛି । ଜିଲା ପ୍ରଶାସନ ସହଯୋଗରେ କମ୍ପାନୀ ରାସ୍ତାର ଉଭୟ ପାର୍ଶ୍ବରେ ୩୨୦୦ ଚାରା ରୋପଣ କରାଯାଇଛି । ଏହି ଅଭିଯାନରେ ବଡ଼ମାଳରୁ ପ୍ରସନ୍ନପଣ୍ଡା ଛକ- ପଞ୍ଚପଡ଼ା ଛକ ଯାଏ ଜାମୁ, ଅର୍ଜୁନ, ନିମ, ପେସ୍ତା ବାଦାମ ଓ ରାଧାଚୁଡ଼ା ଆଦି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଂପର୍କରେ ସିଇଓ ସୁନୀଲ ଗୁପ୍ତା କହିଛନ୍ତି ଯେ ବେଦାନ୍ତ ଆଗାମୀ କାଲି ପାଇଁ ଏକ ସବୁଜ ଭବିଷ୍ୟତ ନିର୍ମାଣ କରିବାକୁ ପ୍ରୟାସୀ । ଏହି ପଦକ୍ଷେପ ଜରିଆରେ ଆମେ ଜଳର ପୁନ଼ଃସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି କ୍ରୟ ଇତ୍ୟାଦି ସ୍ଥିରତା ମୂଳକ ପଦକ୍ଷେପମାନ ଗ୍ରହଣ କରୁଛୁ ବୋଲି କହିବା ସହ ଏଥିରେ ସହଭାଗିତା ଯୋଗୁ ଜିଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜିଲାପାଳ ସରୋଜ କୁମାର ସାମଲ ବେଦାନ୍ତର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ‘ଗ୍ରୀନହାର୍ଟସ’ ନାମରେ କମ୍ପାନୀର ସ୍ବତନ୍ତ୍ର ବାର୍ଷିକ ଜୈବ ବିକାଶ ଅଭିଯାନ ପରିଚାଳନା କରାଯାଉଛି । ଯେଉଁଥିରେ କମ୍ପାନୀର ବ୍ୟବସାୟିକ ଗୋଷ୍ଠୀ ବର୍ଷା ଋତୁ ସମୟରେ ଚାରାରୋପଣ କରିଥାନ୍ତି । ଏହା ଦ୍ୱାରା ଗତ ବର୍ଷ ସୁଦ୍ଧା ୩.୬ ଲକ୍ଷ ଚାରାରୋପଣ ହୋଇଥିଲା। ସେଥିରୁ ବିଭିନ୍ନ ପଦକ୍ଷେପ ଜରିଆରେ ୧.୪୮ ଲକ୍ଷ ଚାରାରୋପଣ କରାସରିଛି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ, ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା। ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଣ୍ଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories