www.samajalive.in
Friday, December 5, 2025
23.1 C
Bhubaneswar

ଆଇନଜୀବୀ ପୀତବାସ ହତ୍ୟା ମାମଲା: ୧୨ ଗିରଫ, ଦୁଇ ବନ୍ଧୁକ ଜବତ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୧୨ ଜଣ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଏବଂ ବର୍ତ୍ତମାନର ୪୧ ନମ୍ବର ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ, ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ ,ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ୍ ପାସୱାନ ଓ କୁନ୍ଦନ ପାସୱାନ ।

ଏହା ଏକ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ଥିଲା ବୋଲି ବ୍ରହ୍ମପୁର ଏସପି ଡା ସର୍ବନା ବିବେକ ଏମ ସୂଚନା ଦେଇଛନ୍ତି । ବିକ୍ରମ ଓ ପିଣ୍ଟୁ ଦାସ ମିଳିତ ଭାବେ ଏହି ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ । ମୋଟ ୫୦ ଲକ୍ଷ ଟଙ୍କାର ଡିଲ ହୋଇଥିବା ବେଳେ ସୁଟର ମାନେ ଆଗୁଆ ୧୦ ଲକ୍ଷ ନେଇଥିଲେ। ପୁଲିସ ଅଭିଯୁକ୍ତଙ୍କ ଠାରୁ ୨ ଟି ବନ୍ଧୁକ, ଏକାଧିକ ମୋବାଇଲ ଜବତ କରିଛି । ଏହି ମାମଲାରେ ତିନି ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି ଏସପି କହିଛନ୍ତି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories