www.samajalive.in
Monday, December 8, 2025
24.1 C
Bhubaneswar

କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ

ପିପିଲି:ଭୁବନେଶ୍ୱର ସ୍ଥିତ ଓୟୁଏଟି ଅଧିନ କୃଷି ମହାବିଦ୍ୟାଳୟ (କଲେଜ ଅଫ୍‌‌ ଏଗ୍ରିକଲ୍‌‌ଚର)ର ପ୍ରଥମ ବର୍ଷର ବିଏସ୍‌‌ସି ଛାତ୍ରଛାତ୍ରୀଙ୍କ ଦୁଇଦିନିଆ ଦିକ୍ଷାରମ୍ଭ କାର୍ଯ୍ୟକ୍ରମ ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ସ୍ଥିତ ‘କଳିଙ୍ଗ ଛତୁ ଉଦ୍ୟୋଗ’ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କଳିଙ୍ଗ ଛତୁ ଉଦ୍ୟୋଗର ପ୍ରତିଷ୍ଠାତା ତଥା କୃଷି ଉଦ୍ୟୋଗୀ ସନ୍ତୋଷ କୁମାର ମିଶ୍ର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଛତୁ ଉତ୍ପାଦନ, ଛତୁ ବିହନ ଉତ୍ପାଦନ ଏବଂ ଛତୁରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଆଦି ସଂପର୍କରେ ସୂଚନା ପ୍ରଦାନ କରିଥିଲେ।

- Advertisement -

ଏଥିସହ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଛତୁଚାଷ ସଂପର୍କରେ ସ୍ଥାନୀୟ ଅଞ୍ଚଳର ଯୁବଚାଷୀଙ୍କୁ ତାଲିମ ଦେଇ ସେମାନଙ୍କୁ ସ୍ୱାବଲମ୍ବି କରିବା ଆଦି ସଂପର୍କରେ ଶ୍ରୀମିଶ୍ର ନିଜର ଅଭିଜ୍ଞତାକୁ ଛାତ୍ରଛାତ୍ରୀଙ୍କ ନିକଟରେ ବିଷଦ ଭାବେ ବର୍ଣ୍ଣନା କରିଥିଲେ। ଛତୁଚାଷ ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମିଶ୍ର ବିଭିନ୍ନ କାହାଣୀ ମାଧ୍ୟମରେ ସର୍ବଦା କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ୭ଜଣ ପ୍ରଫେସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋଟ୍‌‌ ୧୭୫ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories