www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ପିପିଲି ବ୍ଲକ ପରିଦର୍ଶନ

ପିପିଲି: ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ଗୁରୁବାର ଅଚାନକ ପିପିଲି ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ପିଡିଏସ୍‌‌ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଓଡ଼ିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ କମାକନ୍ତିଆ ୟୁଜିୟୁପି ସ୍କୁଲ, ଚନ୍ଦ୍ରାଦେଇପୁର ପ୍ରାଥମିକ ବିଦ୍ୟାଳୟ, ଦୁମୁକିପୁର ପ୍ରକଳ୍ପ ୟୁପି ସ୍କୁଲ, ସିଉଳା ପ୍ରାଥମିକ ବିଦ୍ୟାଳୟ, ଜୟପୁରଶାସନ ୟୁପି ସ୍କୁଲ, ସୁଲତାନନଗର ୟୁପି ସ୍କୁଲ, ଲକ୍ଷ୍ମୀନାରାୟଣପୁର ପ୍ରାଥମିକ ବିଦ୍ୟାଳୟ, ବାପୁଜୀ ଉଚ୍ଚ ପ୍ରାଥମିକ ସ୍କୁଲ, ବିଲିପଡ଼ା ପ୍ରକଳ୍ପ ୟୁପି ସ୍କୁଲ, ତିଗିରିଆ ୟୁପି ସ୍କୁଲ ଆଦି ପରିଦର୍ଶନ କରିଛନ୍ତି। ଏଥିସହ ସେଠାରେ ବିଦ୍ୟାଳୟର ପରିବେଶ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖାତା, ସେଠାକାର ପାନୀୟ ଜଳ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଂପର୍କରେ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଓ ମାନ ପରଖିଥିଲେ। ବିଦ୍ୟାଳୟରେ ଗଚ୍ଛିତ ଚାଉଳର ମାପ ଓ ମାନକୁ ଶ୍ରୀସାମନ୍ତରାୟ ତଦାରଖ କରିଥିଲେ। କେତେକ ବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ ହୋଇଥିବା ସେ ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଥିପାଇଁ ତାଗିଦ କରି ବିଭିନ୍ନ ପରାମର୍ଶ ଦେଇଥିଲେ। ସେହିପରି କମାକନ୍ତିଆ ଅଙ୍ଗନୱାଡି କେନ୍ଦ୍ର, ଚନ୍ଦ୍ରାଦେଇପୁର ଠାରେ ଥିବା ୩ଟି ଯାକ ଅଙ୍ଗନୱାଡି କେନ୍ଦ୍ର, ସିଉଳା ଅଙ୍ଗନବାଡି କେନ୍ଦ୍ର, ଲକ୍ଷ୍ମୀନାରାୟଣପୁର ଠାରେ ଥିବା ୨ଟି ଯାକ ଅଙ୍ଗନୱାଡି କେନ୍ଦ୍ର, ମଙ୍ଗଳପୁର ଅଙ୍ଗନବାଡି କେନ୍ଦ୍ର, ବିଲିପଡ଼ା ଅଙ୍ଗନୱାଡି କେନ୍ଦ୍ର ଓ ନହଳାପଡ଼ା ଅଙ୍ଗନୱାଡି କେନ୍ଦ୍ରକୁ ପ୍ରିୟବ୍ରତ ଅଚାନକ ଗସ୍ତ କରିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ଗୁଣବତ୍ତା ଓ ମାନ ପରଖିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories