www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଖ୍ୟାତ ମତ୍ସ୍ୟ ବୈଜ୍ଞାନିକଙ୍କ ବିୟୋଗରେ ସିଫାରେ ଶୋକ

ପିପିଲି: ଭାରତରେ ଜଳକୃଷି ବିଶେଷକରି ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ପ୍ରଖ୍ୟାତ ମତ୍ସ୍ୟ ବୈଜ୍ଞାନିକ ଡଃ ଏସ୍‌‌. ଡି. ତ୍ରିପାଠୀଙ୍କ ୮୮ବର୍ଷ ବୟସରେ ପରଲୋକ ଘଟିଛି। କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା)ର ନିର୍ଦ୍ଦେଶକ ଭାବରେ ୧୯୮୮ରୁ ୧୯୯୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ସ୍ୱର୍ଗତଃ ତ୍ରିପାଠୀ ୧୯୩୫ ମସିହା ଡିସେମ୍ବର ୪ ତାରିଖରେ ଭୋପାଳର ଇଛାୱାରଠାରେ ଜନ୍ମଗ୍ରହଣ କରି ବିକ୍ରମ ହାଇସ୍କୁଲ, ହୋଲକର କଲେଜ, ମହାରାଣୀ ଲକ୍ଷ୍ମବାଈ କଲେଜରେ ଶିକ୍ଷା ଗ୍ରହଣ କରି ସିଫ୍ରି/ଆଇଡିଆର୍‌‌ସିରେ ଗ୍ରାମୀଣ ଜଳକୃଷିର ଉନ୍ନତି ପାଇଁ ପ୍ରକଳ୍ପ ସଂଯୋଜକ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ। ତତ୍‌‌ପରେ ମୁମ୍ବଇସ୍ଥିତ କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ସଂସ୍ଥାନର କୁଳପତି ଭାବରେ ୧୯୯୪ରୁ ୧୯୯୫, ଢାକାସ୍ଥିତ ଇକ୍‌‌ଲାର୍ମ ବାଂଲାଦେଶର ଟିମ୍‌‌ ଲିଡର ଭାବରେ ୧୯୯୪ରୁ ୧୯୯୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସିଫାରେ କାର୍ଯ୍ୟକାଳ ମଧ୍ୟରେ ସେ କାର୍ପ ମାଛର ଅନୁବଂଶୀୟ ଅଭିବୃଦ୍ଧି ପାଇଁ ଉଲ୍ଲେଖନୀୟ ଗବେଷଣା ଆରମ୍ଭ କରିଥିଲେ। ସ୍ୱର୍ଗତଃ ତ୍ରିପାଠୀଙ୍କୁ ଆସୋସିଏସନ୍‌‌ ଅଫ୍‌‌ ହାଇଡ୍ରୋ ବାୟୋଲୋଜିଷ୍ଟ ଗୋଲ୍ଡ ମେଡାଲ, ଏମ୍‌‌ପେଡ଼ା ଆକ୍ୱାକଲ୍‌‌ଚର ଆୱାର୍ଡ, ସପ୍ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ନ୍ୟାସନାଲ ଏକାଡେମୀ ଅଫ୍‌‌ ଏଗ୍ରିକଲ୍‌‌ଚରାଲ ସାଇନ୍ସ ଫେଲୋସିପ୍‌‌ ମଧ୍ୟ ପାଇଥିଲେ। ଜୁଲୋଜିକାଲ ସୋସାଇଟି ଅଫ୍‌‌ ଇଣ୍ଡିଆ, ଦି ଇନ୍‌‌ଲାଣ୍ଡ ଫିସରିଜ୍‌‌ ସୋସାଇଟି ଅଫ୍‌‌ ଇଣ୍ଡିଆ ଆଦି ସଂସ୍ଥାର ସଦସ୍ୟ ଭାବେ ସେ କାର୍ଯ୍ୟ କରିଆସୁଥିଲେ। ସ୍ୱର୍ଗତଃ ତ୍ରିପାଠୀଙ୍କ ପରଲୋକରେ ସିଫା ପରିସରରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ଆୟୋଜିତ ଶୋକ ସଭାରେ ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ ଗଭୀର ଶୋକବ୍ୟକ୍ତ କରିବା ସହିତ ସ୍ୱର୍ଗତଃ ତ୍ରିପାଠୀଙ୍କ ଅକାଳ ବିୟୋଗ ଦ୍ୱାରା ସମଗ୍ର ଦେଶ ଜଣେ ସୁପ୍ରତିଷ୍ଠିତ ଜଳଜୀବ ବୈଜ୍ଞାନିକଙ୍କୁ ହରାଇଲା ବୋଲି କହିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories