www.samajalive.in
Monday, December 8, 2025
24.1 C
Bhubaneswar

ପିପିଲିରେ ସୋମବାର କରୋନା ଟିକାକରଣ: ସମ୍ମୁଖ ଯୋଦ୍ଧା ସାମ୍ବାଦିକ ଓ ୮ଶହ ଜଣଙ୍କୁ ଦିଆଯିବ ଦ୍ୱିତୀୟମାତ୍ରା ଟିକା

ପିପିଲି:କରୋନା ଟିକା ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପିପିଲି ବ୍ଲକରେ ଗତ କିଛିଦିନ ଧରି ଟିକାକରଣ ବନ୍ଦ ରହିଥିଲା। ଆସନ୍ତା ୧୦ ତାରିଖ ସୋମବାର ଦିନ ପିପିଲି ବ୍ଲକରେ ଦ୍ୱିତୀୟମାତ୍ରା କରୋନା ପ୍ରତିଷେଧକ ଟିକାକରଣ କରାଯିବ ବୋଲି ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ତଥା ବିପିଏଚ୍‍ଓ ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି। ପିପିଲି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ପ୍ରଥମମାତ୍ରା ଟିକା ଓ ଅନ୍ୟ ୮ଶହ ଜଣଙ୍କୁ ଦ୍ୱିତୀୟମାତ୍ରା ଟିକା ଦିଆଯିବ।

 

- Advertisement -

ପିପିଲି ବ୍ଳକରେ ବର୍ତ୍ତମାନ ସୁଦ୍ଧା ୩ହଜାରରୁ ଉର୍ଦ୍ଧ ଲୋକ ଦ୍ୱିତୀୟମାତ୍ରା ଟିକା ନେବାକୁ ଅପେକ୍ଷା କରିଥିବା ବେଳେ ସୋମବାର ସେମାନଙ୍କ ମଧ୍ୟରୁ ୮ଶହ ଜଣଙ୍କୁ ଏହି ଟିକା ଦିଆଯିବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି। ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପାଣିଦୋଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସାତଶଙ୍ଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଶହ ଲେଖାଏଁ ଦ୍ୱିତୀୟମାତ୍ରା ଟିକା ଦିଆଯିବ। ଏଥିସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ପଞ୍ଜିକୃତ ହୋଇଥିବା ପିପିଲି ବ୍ଲକର ସାମ୍ବାଦିକଙ୍କ ପାଇଁ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଟିକା ଶିବିରରେ ସୋମବାର କରୋନା ପ୍ରତିଷେଧକ ପ୍ରଥମମାତ୍ରା ଟିକା ଦିଆଯିବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories