www.samajalive.in
Monday, December 8, 2025
20.1 C
Bhubaneswar

ପ୍ରକୃତି ସୌନ୍ଦର୍ଯ୍ୟର ଅନ୍ୟ ଏକ ଉଦାହରଣ ‘ନେତରହାଟ’

ଘଞ୍ଚ ଜଙ୍ଗଲ ଭିତରେ ହାଲକା ଖରାର ଅନୁଭବ ହେଉ ଅଥବା ବହି ଯାଉଥିବା ଝରଣାର ଆନନ୍ଦ ପାଇବାକୁ ଆପଣ ଭ୍ରମଣ ପାଇଁ ନେତରହାଟ ଯାଇପାରିବେ। ଏହା ଏକ ସୁନ୍ଦର ସ୍ଥାନ ଅଟେ।
ନେତରହାଟର ଅର୍ଥ
ଝାଡ଼ଖଣ୍ଡର ଏହି ସ୍ଥାନରେ ବହୁ ଆଦିବାସୀ ରହିଛନ୍ତି ଓ ଅଧିକାଂଶ ସ୍ଥାନ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି। ଏହି ଜଙ୍ଗଲରେ ଶାଳ, ଶାଗୁଆନ, ବାଉଁଶ ଭଳି ବିଭିନ୍ନ ଗଛ ରହିଛି। ଏଠାକାର ସ୍ଥାନୀୟ ଭାଷାରେ ନେତରହାଟର ଅର୍ଥ ହେଉଛି ବାଉଁଶର ବଜାର ଅର୍ଥାତ ଯେଉଁଠାରେ ବାଉଁଶରେ ନିର୍ମିତ ବିଭିନ୍ନ ପ୍ରକାରର ବସ୍ତୁ ଏହି ବଜାରରେ ମିଳିଥାଏ।
ଭ୍ରମଣ ପାଇଁ ଏଠାରେ ବହୁସ୍ଥାନ ରହିଛି। ପ୍ରକୃତିର ସୌନ୍ଦର୍ଯ୍ୟ ସହ ଝରଣାର ମନରୋମ ରୂପ ତା’ସାଙ୍ଗକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ।

courtesy : You Tube
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ –
ଏହି ପାହାଡି ସ୍ଥାନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ। ନେତରହାଟ ବସଷ୍ଟାଣ୍ଡରୁ ୧ କି.ମି ଦୂରରେ ଥିବା ହୋଟେଲ ମାନଙ୍କରେ ରହିଲେ ଏହି ଦୃଶ୍ୟର ବେଶ ମଜା ନେଇପାରିବେ। ଘଞ୍ଚ ବୃକ୍ଷ ମଧ୍ୟରେ ସୂର୍ଯ୍ୟଙ୍କ କିରଣ ଯେତେବେଳେ ଆକାଶରେ ଲାଲ ରଙ୍ଗର କିରଣ ବିଚ୍ଛୁରିତ କରିଥାଏ, ଏହି ଦୃଶ୍ୟ ଚକ୍ଷୁକୁ ବିସ୍ମିତ କରିଦେଇଥାଏ।

- Advertisement -
courtesy : See Jharkhand

ଅପର ଘାଗରୀ ଜଳପ୍ରପାତ –
ନେତରହାଟ ଠାରୁ ଅଳ୍ପ ଦୂରରେ ରହିଛି ଅପର ଘାଗରୀ ଜଳପ୍ରପାତ। ପାହାଡ଼ରୁ ବାହାରିଥିବା ଏହି ଝରଣାର ଶବ୍ଦ ମନରେ ବେଶ ଆନନ୍ଦ ସୃଷ୍ଟି କରିଥାଏ। ଏହି ଝରଣାଟି ଛୋଟ ହେଲେ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ। ଏଠାକୁ ଆସୁଥିବା ପର୍ଯ୍ୟଟକ ଏହି ସ୍ଥାନର ବେଶ ମଜା ନେଇଥାଆନ୍ତି।

courtesy : HolidayIQ

ଲୋଅର ଘାଗରୀ ଜଳପ୍ରପାତ –
ଘଞ୍ଚ ଜଙ୍ଗଲ ମଧ୍ୟରେ ଯିବା ସମୟରେ ପକ୍ଷୀମାନଙ୍କର ଶବ୍ଦ ସହ ପାଣିର କୁଳୁକୁଳୁ ଶବ୍ଦ ଶୁଣିବାକୁ ମିଳେ। ନେତରହାଟରୁ କିଛି ଦୂରକୁ ଯିବା ପରେ ଆପଣ ଏହି ସୁନ୍ଦର ସ୍ଥାନ ଲୋଅର ଘାଗରୀ ଜଳପ୍ରପାତକୁ ଯାଇପାରିବେ। ବହୁ ଉଚ୍ଚରୁ ଏହି ଜଳପ୍ରପାତକୁ ପାଣି ପଡ଼ିଥାଏ। ଯେଉଁ ଦୃଶ୍ୟକୁ ଦେଖିଲେ ମନେ ହୁଏ ଯେପରି ପ୍ରକୃତି ନିଜର ସୌନ୍ଦର୍ଯ୍ୟ ଏଠାରେ ଅର୍ପଣ କରିଦେଇଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଭ୍ରମଣ ପାଇଁ ଆସିଥାଆନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories