www.samajalive.in
Monday, December 8, 2025
14.1 C
Bhubaneswar

ଆଶା ଚୟନରେ ପୁଣି ଦୁର୍ନୀତି ଅଭିଯୋଗ, ଶୁଣୁନି ପ୍ରଶାସନ

ଫୁଲବାଣୀ: ଆଶା ଚୟନରେ ବାରମ୍ବାର ଦୁର୍ନୀତି ଅଭିଯୋଗ କଲେ ମଧ୍ୟ ଶୁଣୁନି ପ୍ରଶାସନ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ। ଦାୟିତ୍ୱରେ ଥିବା ବିପିଏମ ଶାନ୍ତନୁ ସାହୁଙ୍କ ବିରୋଧରେ କୋଟଗଡ଼ ବ୍ଲକର ଅନେକ ପଞ୍ଚାୟତବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ବିପିଏମଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିବା କହିଛନ୍ତି ପଞ୍ଚାୟତବାସୀ। କିଛିଦିନ ପୂର୍ବେ କୋଟଗଡ଼ ବ୍ଲକର ପକାରୀ ଗ୍ରାମପଞ୍ଚାୟତର ଗୁଡିକି ଗ୍ରାମ ୱାର୍ଡ ନମ୍ବର ୦୧ର କିଛି ଗ୍ରାମବାସୀ ଆଶା ନିଯୁକ୍ତିରେ ଦୁର୍ନୀତିର ଅଭିଯୋଗରେ ସ୍ଥାନୀୟ ବିପିଏମଙ୍କ ବିରୋଧରେ ଜାନୁଆରୀ ୨୮ରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଆସିଥିଲେ। ସମାନ ଅଭିଯୋଗ ସେହି କୋଟଗଡ଼ ବ୍ଲକର ଓରା ପଞ୍ଚାୟତ ଆଟାଲି ପଡ଼ିପଙ୍ଗା ଗ୍ରାମର ଗ୍ରାମବାସୀ ସେହି ସ୍ଥାନୀୟ ବିପିଏମଙ୍କ ବିରୋଧରେ ଆଶା ନିଯୁକ୍ତିରେ ଦୁର୍ନୀତି ହୋଇଛି ଅଭିଯୋଗ କରି ସ୍ଥାନୀୟ କୋଟଗଡ଼ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରେ କୌଣସି ନ୍ୟାୟ ନ ପାଇ ଶେଷରେ ଗ୍ରାମର ୱାର୍ଡ ମେମ୍ବରଙ୍କ ସହିତ କିଛି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଫେବୃଆରୀ ୭ରେ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ ସେଦିନ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ନଥିବା ଯୋଗୁ ଜିଲ୍ଲାପାଳ ବାସଭବନରେ ଭେଟିଥିଲେ। ଜଣେ ସରକାରୀ କର୍ମଚାରୀଙ୍କ ନାମରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ଜିଲ୍ଲା ପ୍ରଶାସନ, ସେଥିପାଇଁ ଦୁର୍ନୀତି କରିବା ପାଇଁ ସୁଯୋଗ ପାଉଛନ୍ତି କର୍ମଚାରୀ ବୋଲି କହିଛନ୍ତି ଗ୍ରାମବାସୀ। ତେବେ ଏନେଇ ବିପିଏମ୍‌‌ ଶାନ୍ତନୁ ସାହୁଙ୍କୁ ଯୋଗାଯୋଗ କରିବାରୁ, ସରକାରୀ ନିୟମ ପ୍ରକାରେ ଆଶା କର୍ମୀ ନିୟୋଜିତ କରାଯାଉଛି, ତେଣୁ ନିୟମ ପ୍ରକାରେ ଯେଉଁମାନେ ଆସିଲେ ସେମାନେ ନିୟୋଜିତ ହେଉଛନ୍ତି ଓ ଯେଉଁମାନେ ହେଉନାହାନ୍ତି ସେମାନେ ଏଭଳି ଭାବେ ଅଭିଯୋଗ କରି ଲିଖିତ ଭାବେ ବିଭିନ୍ନ ସ୍ଥାନରେ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories