ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଉପାନ୍ତ ଅଞ୍ଚଳ ସହ ବିଭିନ୍ନ ଗାଁ ଗୁଡିକରେ ଇଣ୍ଟର ନେଟ ସେବା ପାଇଁ କୌଣସି ସୁବିଧା ହୋଇ ନଥିବା ବେଳେ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ କୌଣସି ସୁବିଧା ପାଇପାରୁନାହାନ୍ତି ଉପାନ୍ତ ଅଞ୍ଚଳବାସ ଇଣ୍ଟର ନେଟ ସେବା ପାଇବା ପାଇଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡି ବାଲି ପଞ୍ଚାୟତ କ୍ରାଣ୍ଡିବାଲି ରେ ଜିଓ ଟାୱାର ନିର୍ମାଣ ସହ ବିଏସଏନଏଲ ଟାୱାର ନିର୍ମାଣ କରିବାକୁ ରାସ୍ତା ଉପରେ ଗଣ ଧାରଣା ଓ ରାସ୍ତା ରୋକ କରିଛନ୍ତି ଅଞ୍ଚଳବାସୀ। କ୍ରାଣ୍ଡିବାଲି, କାମଟଣା, ଡଙ୍ଗିମେଣ୍ଡି, ଡେପା ପଡା, ପୁନିପଡା, ଅଡାବାଲି ଭଳି ଅନେକ ଗାଁରେ ଇଣ୍ଟର ନେଟ ସେବା ନଥିବାରୁ ଅଞ୍ଚଳବାସୀ ବିଭିନ୍ନ ଅନଲାଇନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ୫ ବର୍ଷ ପୂର୍ବରୁ କ୍ରାଣ୍ଡିବାଲି ପଞ୍ଚାୟତରେ ଏକ ମିନି ବିଏସଏନଏଲ ଟାୱାର ନିର୍ମାଣ କରାଯାଇଥିଲା।ତାହା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ବିଭିନ୍ନ ଇଣ୍ଟରନେଟ ସେବା ପାଇଁ ଅଞ୍ଚଳବାସୀଙ୍କୁ ଗୋଚ୍ଛାପଡା କିମ୍ବା ଫିରିଙ୍ଗିଆ ଉପରେ ନିର୍ଭର କରୁଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଓ ଟାୱାର ନିର୍ମାଣ ପାଇଁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅଞ୍ଚଳ ବାସୀ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲା ପାଳଙ୍କ ପାଖରେ ଲିଖିତ ଭାବରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରି ନାହିଁ।
ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଉତ୍ୟକ୍ତ ଅଞ୍ଚଳବାସୀ ଆଜି ସକାଳ ୬ ଟା ଠାରୁ ଶତାଧିକ ପୁରୁଷ ମହିଳା କ୍ରାଣ୍ଡି ବାଲି ପଞ୍ଚାୟତ ନିକଟରେ ଥିବା ଗୋଚ୍ଛା ପଡା – ବାଲାନ୍ଦା ପଡା ରାସ୍ତା କ୍ରାଣ୍ଡି ବାଲି ନିକଟ ବ୍ରିଜ ଉପରେ ରାଜ ରାସ୍ତାକୁ ଅବରୋଧ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ କ୍ଷ ଘଟଣା ସ୍ଥଳରେ ଗୋଚ୍ଛା ପଡା ପୋଲିସ ପହଞ୍ଚି ଥିବା ବେଳେ ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କ ସହ ବହୁ ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ କରିଥିଲେ କ୍ଷ ଗୋଚ୍ଛା ପଡା ପୋଲିସ ଲୋକଙ୍କୁ ବୁଝା ସୁଝା କରିଥିବା ବେଳେ ଆନ୍ଦୋଳନ କାରି ମାନେ ଜିଓ କର୍ତୃପକ୍ଷ ଓ ବିଏସଏନଏଲ କର୍ତ୍ତୃପକ୍ଷ ପହଞ୍ଚି ପ୍ରତିଶ୍ରୁତି ଦେଲେ ଆନ୍ଦୋଳନ ହଟିବ ବୋଲି ଜିଦ ଧରିଥିଲେ।
ଘଟଣା ସ୍ଥଳକୁ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ, ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ର, ଗୋଚ୍ଛା ପଡା ଥାନା ଅଧିକାରିଣୀ ମନ ମଞ୍ଜରୀ ନାୟକ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝା ସୁଝା ପରେ ତହସିଲଦାର ଅନାମିକା ପାଣ୍ଡେ ୭ ଦିନ ଭିତରେ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଥିବା ମିନି ବିଏସଏନଏଲ ଟାୱାରକୁ କାର୍ଯ୍ୟକ୍ଷମ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରିମାନେ ସମସ୍ତେ ରାସ୍ତା ଅବରୋଧରୁ ହଟିଥିଲେ। ଆଗାମୀ ୭ ଦିନ ଭିତରେ ସମସ୍ୟା ର ସମାଧାନ ନ ହେଲେ ପୁଣି ଥରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରିମାନେ ଚେତାବନୀ ଦେଇଛନ୍ତି।



