www.samajalive.in
Thursday, December 11, 2025
13.1 C
Bhubaneswar

ପରକୀୟା ପ୍ରୀତିର କରୁଣ ପରିଣତି: ସଂଘବଦ୍ଧ ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ସହ ଜଣେ ଅଟକ

ଫୁଲବାଣୀ : ପରିକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅଞ୍ଚଳରେ। ସଂଘବଦ୍ଧ ଆକ୍ରମଣରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ସହ ଜଣେ ଅଟକ ରହିଥିବା ସୂଚନା ମିଳିଛି।

ଖଜୁରୀପଡ଼ା ଥାନା ଅଧୀନରେ ଥିବା ଅରାପାଜୁ ପଞ୍ଚାୟତର ଭାଲିଆ ପଡା ଗ୍ରାମର ଗୁଡ଼ିସାହିରେ ନିଜ ମା’ ଝିଲି ଦିଗାଲ ଏବଂ ଦରଡ଼ା ଗ୍ରାମର ବ୍ରହ୍ମାନନ୍ଦ ଦିଗାଲ ଏବଂ ତାଙ୍କ ଭାଇ ଗଙ୍ଗାଧର ଦିଗାଲ ଓ ପୁଅ ଚନ୍ଦନ ଦିଗାଲ ବାପା ଦେବେଶ୍ବର ଦିଗାଲଙ୍କୁ ହତ୍ୟା କରିଥିବାନେଇ ପୁଅ ଆକାଶ ଦିଗାଲ ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଯେ ଆମେ ଘରେ କେହି ରହୁ ନ ଥିଲୁ। ଘରେ ବାପା ମା’ ଦୁଇ ଜଣ ରହୁଥିଲେ। ମୋର ମା’ ଝିଲି ଦିଗାଲଙ୍କ ସହିତ ବ୍ରହ୍ମାନନ୍ଦ ଦିଗାଲ ସହିତ ଅନୈତିକ ସମ୍ପର୍କ ରହିଥିଲା। ମୋର ସାନ ଭାଇ ମୋତେ ଫୋନ ମାଧ୍ୟମରେ ଜଣାଇଲେ ଯେ ବାପାକୁ କିଏ ସଂଘବ୍ଧ ଆକ୍ରମଣ କରିଛନ୍ତି। ବାପା ଖଜୁରୀପଡ଼ା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା।

- Advertisement -

ସୂଚନା ଅନୁଯାୟୀ ଦେବେଶ୍ୱର ସୋମବାର ରାତିରେ କୌଣସି କାମରେ ବାହାରକୁ ଯାଇ ଫେରୁଥିବା ସମୟରେ ତାଙ୍କ ସ୍ତ୍ରୀ ଝିଲି ଦିଗାଲଙ୍କ ସମେତ ଅନ୍ୟ ଦୁଇ ତିନି ଜଣ ମିଶି ତାଙ୍କୁ ମୁଣ୍ଡରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କ ଠେଙ୍ଗା ମାଡ଼ରେ ଦେବେଶ୍ବର ଗୁରୁତର ହୋଇଥିଲେ। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୦୮ ଯୋଗେ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ଦେବେଶ୍ବରଙ୍କ ପୁଅ ଆକାଶ ଦିଗଲଙ୍କ ଏତଲା କ୍ରମେ ଖଜୁରୀପଡ଼ା ଥାନାରେ ଏନେଇ ୫୪/୨୩ ଏକ ମାମଲା ରୁଜୁ ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ମୃତକଙ୍କ ସ୍ତ୍ରୀ ଝିଲି ଏବଂ ଅନ୍ୟ ଆଉ ଜଣେ ବ୍ୟକ୍ତିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ଥାନା ଅଧିକାରୀ ଗେଲି କୁମାରୀ ସାହୁ ପ୍ରକାଶ କରିଛନ୍ତି ଏବଂ ପୁଲିସ ଅଧିକାରୀ ଉଦ୍ଧବ କୁମାର ଜାନି ଘଟଣାର ତଦନ୍ତ କରୁଛନ୍ତି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories