www.samajalive.in
Wednesday, December 10, 2025
26.1 C
Bhubaneswar

କୁମ୍ବିଂ ଅପରେସନ ବେଳେ ଦେଶୀ ବନ୍ଧୁକ ସହ ୧୧ ଅଟକ

ଫୁଲବାଣୀ/କୋଟଗଡ: କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ ସିଆରପିଏଫ୍ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବାବେଳେ ସନ୍ଦେହଜନକ ଭାବେ ୧୧ଜଣଙ୍କୁ କାବୁ କରିଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ୪ଟି ଦେଶୀବନ୍ଧୁକ, ୩ଟି ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଟର୍ଚ୍ଚ ଲାଇଟ, ଥାଳି, ୨ଟି ମୋବାଇଲ ଫୋନ୍ ଜବତ ହୋଇଥିବା ଜଣାପଡ଼ିଛି ।

ସୂଚନା ପ୍ରକାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ କୋଟଗଡ଼ଠାରେ ନିୟୋଜିତ ସିଆରପିଏଫ୍ ଯବାନ ନିଜର ଦୈନିକ ରୁଟିନ୍ ଅନୁଯାୟୀ ମାଦାଗୁଡା ପଞ୍ଚାୟତର ଝରିଘାଟି ଗାଁ ନିକଟସ୍ଥ ବୁଢ଼ା ପାହାଡ଼ରେ କୁମ୍ବିଂ କରିବାବେଳେ ଦେଶୀ ବନ୍ଧୁକଧାରୀ କିଛି ଲୋକ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଫଳରେ ଯବାନଙ୍କ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବହୁ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସେହି ଲୋକମାନେ କିଏ ଏବଂ କେଉଁ ପରିସ୍ଥିତିରେ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲରେ ଥିଲେ ଏବଂ ମାଓ ସଙ୍ଗଠନ ସହ ସେମାନଙ୍କର କିଛି ଲିଙ୍କ୍ ରହିଛି କି ନାହିଁ ସେନେଇ ଖୋଳତାଡ଼ ଜାରି ରହିଥିବା ଜଣାପଡ଼ିଛି ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories