www.samajalive.in
Wednesday, December 10, 2025
18.1 C
Bhubaneswar

ଅର୍ଥ ହେଲା ବାଧକ, ସଙ୍ଗରୋଧ ପରେ ଅବରୋଧରେ ପ୍ରବାସୀ

ଫୁଲବାଣୀ: ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଜଣେ ନାବାଳକ ୨୧ ଦିନ ଅବଧି ସାରିବା ପରେ ମଧ୍ୟ ସେ ନିଜ ଘରକୁ ଯାଇପାରୁ ନାହାନ୍ତି। ସଂଗରୋଧ କେନ୍ଦ୍ରରୁ ତାଙ୍କୁ ଡିସଚାର୍ଜ ପ୍ରମାଣପତ୍ର ମଧ୍ୟ ଦିଆସରିଲାଣି। ସରକାରଙ୍କ ଘୋଷଣା ମୁତାବକ ୨ହଜାର ଟଙ୍କା ସହାୟତା ରାଶି ମଧ୍ୟ ଡିସଚାର୍ଜ ପ୍ରମାଣପତ୍ର ଦେବା ସମୟରେ ଦେବା ବଦଳରେ ନିଜ ଅଞ୍ଚଳକୁ ଗଲେ ସେଠାରେ ମିଳିବ ବୋଲି କୁହାଯାଇଛି। ଫଳରେ ସଂଗରୋଧ କେନ୍ଦ୍ରରୁ ଡିସଚାର୍ଜ ହେବାର ୬ଦିନ ବିତିଯାଇଥିଲେ ସୁଦ୍ଧା ପାଖରେ ଟଙ୍କାଟିଏ ନଥିବା ଏବଂ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯା ନଥିବାରୁ ବାଧ୍ୟ ହୋଇ ମାଲକାନଗିରିର ନାବାଳକ ଜଣକ ସେହି ସଂଗରୋଧ କେନ୍ଦ୍ରରେ ନିଜ ପରିବାର ସଦସ୍ୟଙ୍କୁ ଝୁରିଝୁରି ରହୁଛନ୍ତି।

ମିଳିଥିବା ସୂଚନା ପ୍ରକାରେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାର୍କାପାଲ୍ଲୀ ଗ୍ରାମର ୧୭ ବର୍ଷୀୟ ସନାଦାର ଭୁଟ୍ଟେ ପରିବାର ଦୁଃଖକଷ୍ଟ ସହିନପାରି ମାତ୍ର ୧୬ବର୍ଷ ବୟସରେ ରୋଜଗାର ପାଇଁ ଦାଦନ ଖଟିବାକୁ କରେଳକୁ ଚାଲିଯାଇଥିଲେ। କରୋନା ମହାମାରୀ କବଳରେ କେରଳରେ ସେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା। ପାଖରେ ଥିବା ଟଙ୍କାରେ କିଛି ଦିନ ରହିବା ପରେ ବହୁ କଷ୍ଟରେ କେରଳରୁ ବାହାରି ଜୁଲାଇ ମାସ ୭ତାରିଖରେ ବ୍ରହ୍ମପୁରରେ ପହଞ୍ଚିଲେ। ବ୍ରହ୍ମପୁରରୁ କୌଣସି ବସ୍‍ ଚଳାଚଳ କରୁନଥିବା କାରଣରୁ ବସ୍‍ଷ୍ଟାଣ୍ଡରେ ବସି ରହିଥିଲେ। ସେହି ସମୟରେ କେରଳରୁ ଫେରିଥିବା ଆଉ କିଛି ଲୋକ ତାଙ୍କୁ ଦେଖି ସେମାନେ ସାଥିରେ ଦାରିଙ୍ଗବାଡ଼ିକୁ ଯିବାକୁ ପରାମର୍ଶ ଦେଇଥିଲେ।

- Advertisement -

ଦାରିଙ୍ଗବାଡ଼ିରେ ସଙ୍ଗରୋଧରେ ରହିବା ପରେ ସେଠାରୁ ନିଜ ଘରକୁ ପ୍ରଶାସନ ସହାୟତାରେ ଯାଇପାରିବୁ ବୋଲି ଅନ୍ୟମାନେ ବ୍ରହ୍ମପୁର ବସଷ୍ଟାଣ୍ଡରେ କହିବାରୁ ପିଲାଟି ସେମାନଙ୍କ କଥାରେ ଦାରିଙ୍ଗବାଡିକୁ ଚାଲି ଯାଇଥିଲା। ଦାରିଙ୍ଗବାଡ଼ିରେ ଜୁଲାଇ ୮ତାରିଖରେ ପହଞ୍ଚିବା ପରେ ପ୍ରଶାସନ ତରଫରୁ ସେମାନଙ୍କୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୨୧ ଦିନ ପାଇଁ ରହିବାକୁ କୁହାଯାଇଥିଲା। ୮ତାରିଖରୁ ସଂଗରୋଧରେ ରହି ୨୮ତାରିଖରେ ଅବଧି ସରିବା ପରେ ସମସ୍ତଙ୍କୁ ଡିସଚାର୍ଜ କରାଯାଇଥିଲା। ସନାଦାରଙ୍କ ବ୍ୟତୀତ ଅନ୍ୟମାନେ ନିଜନିଜ ଘରକୁ ଚାଲିଯାଇଥିଲେ। ସନାଦାର ସୁଦୁର ମାଲକାନଗିରି ଜିଲାର ହୋଇଥିବାରୁ ସେ ନିଜ ଜିଲାକୁ ଯାଇନପାରି ସେହି ସଂଗରୋଧ କେନ୍ଦ୍ରରେ ନିଜ ମା’ବାପା ଭାଇ ଓ ଦୁଇ ଭଉଣୀକୁ ଝୁରିଝୁରି ଦିନ ବିତାଉଛନ୍ତି।

ଅନ୍ୟପକ୍ଷରେ ଡିସଚାର୍ଜ ପରେ ୨ହଜାରଟଙ୍କା ମଧ୍ୟ ତାଙ୍କୁ ଦିଆଯାଇନଥିବା ସେ କହିଛନ୍ତି। ସୋମବାର ସଂଗରୋଧରୁ ବାହାରି ମାଲକାନଗିରିକୁ ଚାଲିଚାଲି ଯିବାକୁ ସେ ପ୍ରସ୍ତୁତ ହୋଇଛନ୍ତି। ୨୮ତାରିଖରୁ ଡିସଚାର୍ଜ ହୋଇଥିବାରୁ ସେ ରାକ୍ଷୀପୂର୍ଣ୍ଣିମାରେ ନିଜ ଘରେ ପହଞ୍ଚିବାର ଆଶା ବାନ୍ଧିଥିଲେ। ପ୍ରଶାସନ ତରଫରୁ କିଛି ସହାୟତା ଦିଆଯିବା ବଦଳେ ତାଙ୍କୁ ଖାଲି ଆଶ୍ୱାସନା ଦିଆଯାଇ ଲକ୍‍ଡାଉନ ଓ ସଟ୍‍ଡାଉନ ଚାଲିଛି କହି ଦିନ ଗଡ଼ାଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ତତ! ମାଲକାନଗିରି ଜିଲା ପ୍ରଶାସନ ତାଙ୍କୁ ଏଠାରୁ ନେବା ପାଇଁ ବ୍ୟବସ୍ଥା କରିବାକୁ ସେ ଆକୁଳନ ନିବେଦନ କରିଛନ୍ତି। କନ୍ଧମାଳ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାପ୍ରଶାସନ ତରଫରୁ ଯାହା ନିର୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଦାରିଙ୍ଗବାଡ଼ି ବ୍ଲକର ଭାରପ୍ରାପ୍ତ ବିଡିଓ ହଳଧର ନାୟକ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories