www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀପଲା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି; ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ଶ୍ରୀପାଲା ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲଗିଛି ।  ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ରୁ ଅଧିକ ଲୋକ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ସମସ୍ତ ଲୋକ ଶ୍ରୀପଲା ଗ୍ରାମର ହରିଜନ ସାହିର ବୋଲି ଜଣାପଡିଥିବା ବେଳେ ସାହିର ଲୋକେ ବ୍ୟବହାର କରୁଥିବା ନଳକୂପ ଓ କୂଅରେ ବର୍ଷାପାଣି ପଶିଯାଇ ଦୂଷିତ ହୋଇଥିବା ଜଣାପଡ଼ିଛି । ଫଳରେ ସେହି ଦୂଷିତ ପାଣି ପିଇ ଗ୍ରାମବାସୀନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର , ଡିମିରିଗୁଡା ପଞ୍ଚାୟତର ସମିତି ସଭ୍ୟା ଓ ଫିରିଙ୍ଗିଆର ସମାଜସେବୀ ଉତ୍ତମ ଖମାରୀ ପ୍ରମୁଖ ଡାକ୍ତରଖାନାକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରବୋଧ କୁମାର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି । ପରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମରେ ଏକ ଡାକ୍ତରୀ ଦଳ ପହଂଚି ଆକ୍ରାନ୍ତ ମାନଙ୍କୁ ଚିହ୍ନଟ କରି ଔଷଧ ଦେବା ସହ ସାହି ବାସିନ୍ଦା ମାନେ ବ୍ୟବହାର କରୁଥିବା କୂଅ ଓ ନଳକୂପରେ ବ୍ଲିଚିଂ ପାଉଡର ପକାଇଛନ୍ତି । ଗ୍ରାମରେ ଥିବା କିଛି ଆକ୍ରାନ୍ତଙ୍କୁ ମଧ୍ୟ ଚିକିତ୍ସା କରାଯାଉଥିବା ମେଡିକାଲ ଟିମର ଦାୟିତ୍ୱରେ ଥିବା ଡାକ୍ତର ସୁବ୍ରତ ମହାପାତ୍ର କହିଥିବା ବେଳେ ମେଡିକାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିତ ଥିବା କାର୍ଯ୍ୟରତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories