www.samajalive.in
Friday, December 5, 2025
23.1 C
Bhubaneswar

ଧର୍ମେନ୍ଦ୍ରଙ୍କ ବିରୋଧରେ ପିଟିସନ୍‌ ଖାରଜ

କଟକ  : ସମ୍ବଲପୁର ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନ ପିଟିସନ୍‌କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ଗୁରୁତର ତ୍ରୁଟି ଓ ଅଭିଯୋଗର ସତ୍ୟତା ପ୍ରମାଣିତ କରିବାରେ ଆବେଦନକାରୀ ବିଫଳ ହେବାରୁ କୋର୍ଟ ଆବେଦନକୁ ଖାରଜ କରାଯାଇଛି।
ପ୍ରକାଶ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ପରାଜିତ ପ୍ରାର୍ଥୀ ଡ. ସୁବାସ ମହାପାତ୍ର ପିଟିସନ ଦାୟର କରିଥିଲେ। ବିଜୟୀ ପ୍ରାର୍ଥୀ ନିବାଚନ ବେଳେ ଦାଖଲ ସତ୍ୟପାଠରେ ଆୟ ସମ୍ପତ୍ତି ତଥ୍ୟ ଲୁଚାଇବା ଅଭିଯୋଗ କରାଯାଇଥିଲା। ମତଦାତାଙ୍କୁ ପ୍ରଭାବିତ କରିବା ଓ ନିର୍ବାଚନ ନିୟମକୁ ଠିକ ଭାବେ ପାଳନ କରି ନ ଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଆବେଦନକାରୀ ଅଭିଯୋଗକୁ ପ୍ରମାଣି କରିବାରେ ବିଫଳ ହୋଇଥିଲେ। ଆବେଦନକାରି ଫର୍ମ-୨୫ରେ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିଲା। ଆବେଦନରେ କୌଣସି ତଥ୍ୟ ଠିକ ଭାବେ ଦର୍ଶାଯାଇ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ଅଦାଲତ ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ପ୍ରତିପକ୍ଷ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ କୁମାର ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।
ସୂଚନାଯୋଗ୍ୟ ଯେ ୨୦୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳରୁ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories