www.samajalive.in
Friday, December 5, 2025
27.1 C
Bhubaneswar

ବଦଳବି କି ବ୍ରହ୍ମପୁର ରାଜନୀତି ପାଣିପାଗ ?

ବ୍ରହ୍ମପୁର : ବ୍ରହ୍ମପୁର ବିଜେଡ଼ିରେ ନେତୃତ୍ବ ସଂକଟ ଘନେଇଛି। ଜିଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ହତ୍ୟା ଅଭିଯୋଗରେ ଜେଲକୁ ଯିବା ପରେ ଦଳ ଭିତରେ ଭୂକମ୍ପ ସୃଷ୍ଟି ହୋଇଛି। ଏକାଧିକ ବିଜେଡି ନେତା ଦଳ ଛାଡ଼ିବାକୁ ସଜବାଜ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଏସବୁ ଭିତରେ ବୁଧବାର ୧୦ରୁ ଅଧିକ ବିଜେଡ଼ି କର୍ପୋରେଟର ମେଳି ହୋଇଛନ୍ତି। ସେମାନଙ୍କ ଭବିଷ୍ୟତ ପଦକ୍ଷେପକୁ ନେଇ ଅନେକ ଆଲୋଚନା କରିଥିବା କୁହାଯାଉଛି। ସେମାନେ ଶାସକ ଦଳ ବିଜେପି ଆଡ଼କୁ ଢ଼ଳୁଥିବା ଯୋଗୁ ଆଗାମୀ ଦିନରେ ବ୍ରହ୍ମପୁର ରାଜନୀତି ପାଣିପାଗରେ ପରିବର୍ତ୍ତନ ହେବାକୁ ଯାଉଥିବା ମନେ ହୋଇଛି। ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ଜଣେ ଏକାନ୍ତ ଅନୁଗତଙ୍କ ଦ୍ବାରା ଛାଡଖାଇ ନାମରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଖୋଦ ବ୍ରହ୍ମପୁର ବିଧାୟକ ଓ ବିଜେଡି କର୍ପୋରେଟର ମାନଙ୍କ ଉପସ୍ଥିତି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ନୀଳକଣ୍ଠ ନଗରରେ ଏକ କଲ୍ୟାଣ ମଣ୍ଡପରେ ବୁଧବାର ବିଧାୟକଙ୍କ ଦ୍ବାରା ଏକ ଗୋପନ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଜେଡ଼ିର ବହୁ ନେତା ସାମିଲ ହୋଇଥିଲେ। ସେମାନଙ୍କ ଭିତରେ ବ୍ରହ୍ମପୁର ମହାନଗର ନିଗମର ୧୦ରୁ ଅଧିକ ବିଜେଡ଼ି କର୍ପୋରେଟ ଥିଲେ ବୋଲି କୁହାଯାଉଛି। ଏହି ଗୁପ୍ତ ବନ୍ଧୁ ମିଳନରେ କ’ଣ ସବୁ ଆଲୋଚନା ହୋଇଛି, ସେନେଇ କୌଣସି ତଥ୍ୟ ପଦାକୁ ଆସିନାହିଁ। କିନ୍ତୁ ଭାଗ ନେଇଥିବା କର୍ପୋରେଟରମାନେ ଆପାତତଃ ଆଗାମୀ ଦିନରେ ବିଜେପିରେ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି। କର୍ପୋରେଟରଙ୍କ ଦଳଡିଆଁରେ ଦଳ ବିରୋଧୀ ଆଇନ ପ୍ରମୁଖ ସମସ୍ୟା ସୃଷ୍ଟି କରିପାରେ। ଗତ ୨୦୨୨ ମାର୍ଚ୍ଚରେ ବ୍ରହ୍ମପୁର ମହାନଗର ନିଗମର ନିର୍ବାଚନରେ ୪୨ଟି ୱାର୍ଡରୁ ବିଜେଡ଼ି ଏକତରଫା ୩୦ ୱାର୍ଡରେ ବିଜୟୀ ହୋଇଥିଲା। ଦୁଇ ତୃତୀୟାଂଶ କର୍ପୋରେଟର ଯଦି ଏକାଠି ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୁଅନ୍ତି, ତେବେ ଦଳ ବିରୋଧୀ ଆଇନ ଲାଗୁ ହେବନାହିଁ। ଆଗାମୀ ଦିନରେ ଏସବୁ ଉପରେ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି। ବୁଧବାରର ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି। ଗତ ସାଧାରଣ ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ପରେ ଅନେକ କର୍ପୋରେଟର ଶାସକ ବିଜେପି ଆଡ଼କୁ ଢ଼ଳିବା ଆରମ୍ଭ କରିଦେଇଥିଲେ। ଏପରିକି ଅନ୍ୟାନ୍ୟ ପଦବୀରେ ଥିବା ନେତାମାନେ ମଧ୍ୟ ବିଜେପି ଆଡ଼କୁ ଆକର୍ଷିତ ହେଉଛନ୍ତି। କିଛିଦିନ ପୂର୍ବେ ବିଜେଡ଼ିର ବ୍ରହ୍ମପୁର ନଗର ସଭାପତି ବିଜୟ ସାମଲ ବିଜେପିରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ବିଜେଡିର ବହୁ ନେତା ବିଜେପିରେ ସାମିଲ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories