ଡେସ୍କ: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ନିଯୁକ୍ତି ସମ୍ପର୍କୀୟ ପ୍ରୋଭିଜିନାଲ ଫଳ ପ୍ରକାଶ ପାଇଛି। ୮୪୧ଟି ପଦବୀ ନିମନ୍ତେ ବିଜ୍ଞାପନ ହୋଇଥିବା ବେଳେ ୪୫୨ ପ୍ରାର୍ଥୀ ନିଯୁକ୍ତ ହୋଇଛନ୍ତି।
ଏହି ନିଯୁକ୍ତି ସମ୍ବନ୍ଧିତ ସବିଶେଷ ଫଳ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ୱେବ୍ସାଇଟ୍ https://www.ossc.gov.in/Public/Pages/View_Content.aspx?id=8ucZZ0qxTEidPUFJsbJ1Eg==ରେ ଉପଲବ୍ଧ ହେଉଛି। ଏହି ପରୀକ୍ଷା ପାଇଁ ପ୍ରାଥମିକ ଏବଂ ଲିଖିତ ପରୀକ୍ଷା ପରେ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। କମିଶନ ପକ୍ଷରୁ ଏହି ପଦବୀ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଏବଂ ସଫଳ ପ୍ରାର୍ଥୀମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରାଯାଇଛି।
https://youtu.be/Nv3iNFjqDJg



