ମଦ ଦୋକାନକୁ ବନ୍ଦ କଲେ ଗ୍ରାମବାସୀ

ଗୋପାଳପୁର : ଗୋଳନ୍ଥରା ଅବକାରୀ ଚାର୍ଜ ଏରିଆ ଅଧିନରେ ଥିବା କନିଷିଠାରେ ଏକ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ କନିଷି ଅଞ୍ଚଳର ଲୋକମାନେ ଆଜି ତାଲା ପକାଇଥିବା ଜଣାପଡିଛି। କନିଷି -ତୁଳୁ ରାସ୍ତାରେ ଥିବା ବିଦେଶୀ ମଦ ଦୋକାନ ଯୋଗୁଁ ପ୍ରତିଦିନ ମଦୁଆଙ୍କ ଭିଡ଼ ଜମିବା ସହ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଥିଲା। ସନ୍ଧ୍ୟା ସମୟରେ ଉକ୍ତ ରାସ୍ତା ଦେଇ ଯାଆସ କରିବାକୁ ଝିଅ ବୋହୁମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ନେଇ ଅନେକ ଥର ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ସହ ଉକ୍ତ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅଭିଯୋଗ କରି ଆସୁଥିଲେ। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ଗୁରୁତ୍ବ ଦେଉ ନଥିଲେ। ଏହା ସହ ମଦ ନିକଟରେ ଘର ବଢିବା ସହ ଲୋକମାନେ ରହି ଆସୁଥିବା ଯୋଗୁଁ ମଦୁଆଙ୍କ ଆଡ୍ଡା ଜମିବା ଯୋଗୁଁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଥିଲା। ଏହାକୁ ନେଇ ଆଜି କନିଷି ଅଞ୍ଚଳର ସୁନିଲ କୁମାର ପାତ୍ରଙ୍କ ନେତୃତ୍ୱରେ ଅଞ୍ଚଳବାସୀ ମଦ ଦୋକାନକୁ ବନ୍ଦ କରିଦେଇଛନ୍ତି ।

ମା’ ତାରିଣୀଙ୍କ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Comments are closed.