ନୂଆଦିଲ୍ଲୀ : କରୋନା ସଂକଟ ଓ ଜଟିଳ ଆର୍ଥିକ ପରିସ୍ଥିତି ସତ୍ବେ ପେନସନଭୋଗୀଙ୍କ ପେନସନ କମିବ ନାହିଁ । ଏ ସଂକ୍ରାନ୍ତରେ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନ ବନ୍ଦ କରାଯିବ କିମ୍ବା ୨୦ରୁ ୩୦% ପର୍ଯ୍ୟନ୍ତ ହ୍ରାସ କରାଯିବ ବୋଲି ହେଉଥିବା ଚର୍ଚାକୁ ନିରାଧାର ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଅଧୀନସ୍ଥ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ । କରୋନା ମହାମାରୀ କାଳରେ ନାନାପ୍ରକାର ଗୁଜବ ପ୍ରଚାରିତ ହେଉଛି । ସରକାରଙ୍କର ପେନସନ ହ୍ରାସ କିମ୍ବା ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ । ଏଭଳି ଗୁଜବରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।
Popular Categories



