www.samajalive.in
Saturday, December 6, 2025
16.1 C
Bhubaneswar

ମିଳିଲାନି ଭତ୍ତା, ନିରାଶ ହେଲେ ଅସହାୟ

କଳାପଥର: ପ୍ରତ୍ୟେକ ମାସର ୧୫ ତାରିଖରେ ଗାଁ ଗହଳିର ଅସହାୟବୃଦ୍ଧ, ବୃଦ୍ଧା, ବିକଳାଙ୍ଗମାନଙ୍କୁ ଭତ୍ତା ବଣ୍ଟନ କରାଯିବାକୁ ସରକାର ନିୟମ କରିଛନ୍ତି। ଏପରିକି ଯେଉଁ ଅସହାୟ ଭତ୍ତା ବଣ୍ଟନ ସ୍ଥାନକୁ ଆସି ନ ପାରିବେ ତାଙ୍କୁ ଦାୟୀତ୍ୱରେ ଥିବା କର୍ମଚାରୀ ନିଜେତାଙ୍କ ଘରକୁ ଯାଇ ଭତ୍ତା ଟଙ୍କା ଦେବାକୁ ନିୟମ ମଧ୍ୟ ରହିଛି। କିନ୍ତୁ ବାଙ୍କୀରେଏହିସରକାରୀ ନୟମକୁ ଅଣଦେଖା କରାଯାଉଛି। ଏପରିକି ସରକାର ଧାର୍ଯ୍ୟ କରିଥିବା ନିର୍ଦ୍ଦିଷ୍ଟ ତାରିଖରେ ମଧ୍ୟ ଭତ୍ତା ଦିଆଯାଉନାହିଁ। ସେପ୍ଟେମ୍ବର ମାସର ୧୫ ତାରିଖରେ ଭତ୍ତା ବଣ୍ଟନ କରାଯିବାର ନିୟମ ରହିଛି। କିନ୍ତୁ କଟକ ଜିଲ୍ଲା ବାଙ୍କୀରେ ଆଜି କୌଣସି ପଂଚାୟତରେ ଏହି ଅର୍ଥ ଅଂଚଳର ଅସହାୟ ବୃଦ୍ଧ, ବୃଦ୍ଧା, ବିକଳାଙ୍ଗମାନଙ୍କୁ ଦିଆଯାଇନାହିଁ। ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇଥିବାରୁ ଆଜି ସକାଳେ ପ୍ରତ୍ୟେକ ପଂଚାୟତର ଅସହାୟ ବୃଦ୍ଧ, ବୃଦ୍ଧା, ଅସହାୟମାନେ ସ୍ଥାନୀୟ ପଂଚାୟତ ଅଫିସରେ ଗହଳି ଲଗାଇଥିଲେ। ତେବେ ଦିନ ୧୨ଟା ଯାଇ ଅପରାହ୍ନ ହୋଇଥିଲେ ହେଁ କୌଣସି ଅଧିକାରୀ ପଂଚାୟତ ଅଫିସ ମାଡି ନ ଥିଲେ। ଦୂର ଦୂରାନ୍ତରୁ ଦୌଡି ଦୌଡି ଆସିଥିବା ଅସହାୟମାନେ ନିରାଶ ହୋଇଯିବାକୁ ପଡିଥିଲା। କେତେକ ପଂଚାୟତରେ ଏଥିନେଇ ଘୋର ଅସନ୍ତୋଷ ଦେଖାଦେଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories