www.samajalive.in
Sunday, December 7, 2025
26.1 C
Bhubaneswar

ପେଗାସସ ଗୁଇନ୍ଦାଗିରି ମାମଲା; ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ପେଗାସସ ସଫ୍ଟୱେର ବ୍ୟବହାର କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଗୁଇନ୍ଦାଗିରି ଅଭିଯୋଗ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର ଭି ରବିନ୍ଦ୍ରନ୍‍ ଏହି କମିଟିର ନେତୃତ୍ୱ ନେବେ । କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଆଲୋକ ଜୋଷୀ ଏବଂ ସନ୍ଦୀପ ଓବେରଇଙ୍କୁ ନିଆଯାଇଛି । ପେଗାସସ ଗୁଇନ୍ଦାଗିରି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିରୀକ୍ଷଣରେ ତଦନ୍ତ କରାଯିବାକୁ ଆଗତ ଏକାଧିକ ଯାଚିକା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ,ନ ଭି ରମନାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ବୁଧବାର ଦିନ ଏହି କମିଟିକୁ ପେଗାସସ ଗୁଇନ୍ଦାଗିରି ସମ୍ପର୍କରେ ଆସିଥିବା ଅଭିଯୋଗଗୁଡିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାଙ୍କ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ରଖିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆଠ ସପ୍ତାହ ପରେ ଆରମ୍ଭ ହେବ । ପେଗାସସ ଗୁଇନ୍ଦାଗିରି ବିବାଦରେ କଣ ମିଛ କୁହାଯାଉଛି ଏବଂ ଏହା ପଛରେ ପ୍ରକୃତ ସତ କଣ ତାହା ତଦନ୍ତ କରିବାକୁ କମିଟିକୁ କୁହାଯାଇଛି । ଏଥିସହିତ ଗୋପନୀୟତା ଅଧିକାର ଉଲ୍ଲଂଘନ ବିଷୟର ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟଙ୍କ ଉପରେ ସତର୍କ ଦୃଷ୍ଟି ରଖିବା କ୍ଷେତ୍ରରେ ବିଦେଶୀ ସଂସ୍ଥାର ସଂପୃକ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।
ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପେଗାସସ ଗୁଇନ୍ଦାଗିରି ଅଭିଯୋଗକୁ ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦିଷ୍ଟ ଭାବରେ କିଛି ମନା କରାଯାଇନଥିବାରୁ ଆବେଦନକାରୀଙ୍କ ଯାଚିକାଗୁଡିକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ସେଥିପାଇଁ ଏହି ବିଶେଷଜ୍ଞ କମିଟି ନିଯୁକ୍ତ କରାଯାଉଛି, ଯିଏ ଏହି ଅଭିଯୋଗର ତଦନ୍ତ କରିବେ ଏବଂ କମିଟିର କାର୍ଯ୍ୟକୁ ସୁପ୍ରିମକୋର୍ଟ ନିରୀକ୍ଷଣ କରିବେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories