www.samajalive.in
Tuesday, December 9, 2025
16.1 C
Bhubaneswar

ସାରଥି ଧାମରେ ନୃସିଂହ ଅବତାର ସହ ହେରାପଞ୍ଚମୀ ଅନୁଷ୍ଠିତ

ପାତ୍ରପୁର: ଓଡ଼ିଶାର ସାରଥି ଧାମ ରୂପେ ପରିଚିତ ଜରଡା ଗଡରେ ପ୍ରଭୁଙ୍କ ନୃସିଂହଅବତାର ସହିତ ହେରାପଞ୍ଚମୀ ପାଳିତ ହୋଇଛି। ଦୁଇ ବର୍ଷ ପରେ ପ୍ରଭୁଙ୍କ ନୃସିଂହ ଅବତାର ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ପ୍ରଭୁଙ୍କ ପୂଜା ଧୂପ ମଇଲମ ଦେବ ନୀତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇ ଥିଲା।ଏହା ପରେ ବିଭିନ୍ନ ଅଂଚଳରୁ ଆସିଥିବା ଭକ୍ତ ମନେ ପ୍ରଭୁଙ୍କ ନୃସିଂହ ଅବତାର ଦର୍ଶନ କରି ପୂଜା କରିଥିଲେ। ବହୁ ଭକ୍ତ ଗୁଣ୍ଡିଚା ଦିନ ଭଳି ସାଙ୍ଗରେ ଦହି ଲିଆ ଭାରରେ ଆଣି ଥିବା ବେଳେ ପ୍ରଭୁଙ୍କ ପାଖରେ ସମର୍ପଣ କରିଥିଲେ। ବହୁ ମାନସିକଧାରୀ ଭକ୍ତମାନେ ନିଜ ପିଲାଙ୍କୁ ଏହି ପୀଠ ନିକଟରେ ମୁଣ୍ଡନ କରିଥିଲେ। ସନ୍ଧ୍ୟାରେ ମହାଲକ୍ଷ୍ମୀ କୋପ କରି ମାଉସୀ ମା’ଙ୍କ ମନ୍ଦିର ନିକଟରେ ଥିବା ରଥ ଭାଙ୍ଗିଥିଲେ। ଅଞ୍ଚଳର ତୁମ୍ବା, ନୂଆଗଡ଼, ପଦାଦିଗି, ଜୟନ୍ତୀପୁର, ଭ୍ରମରପୁର ଗୋପୀନାଥ ପୁର, ସୁରଙ୍ଗୀଗଡ଼ ଠାରେ ଥିବା ମାଉସୀ ମା’ ମନ୍ଦିରରେ ହେରାପଞ୍ଚମୀ ଉପଲକ୍ଷେ ପ୍ରଭୁଙ୍କ ନୃସିଂହ ଅବତାର ଦେଖିବା ସହ ବହୁ ଭକ୍ତ ପୂଜା ପାଠ କରିଥିଲେ। ସନ୍ଧ୍ୟାରେ ମହାଲକ୍ଷ୍ମୀ ପହଞ୍ଚି କୋପରେ ରଥ ଭାଙ୍ଗି ଥିଲେ। ଏହି ସମସ୍ତ ଦେବ ନିତୀ ଦେଖିବା ପାଇଁ ବହୁ ଭକ୍ତ ରୁଣ୍ଡ ହୋଇ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories