www.samajalive.in
Monday, December 8, 2025
24.1 C
Bhubaneswar

ବହୁବିଧ ରୋଗରେ ପୀଡ଼ିତ ଦିବ୍ୟ।ଙ୍ଗ : ଚିନ୍ତାରେ ପରିବାର, ସହାୟତା ପାଇଁ ଦାବି

ପାତ୍ରପୁର:ପାତ୍ରପୁର ବ୍ଲକ ଖାରିଆଗୁଡ଼ା ପଞ୍ଚାୟତର ତାଳପଡ଼ା ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ରୋଗ ପିଛା ଛାଡୁନଥିବା ଯୋଗୁଁ ପରିବାର ଚିନ୍ତାରେ ପଡିଛନ୍ତି। ଚିକିତ୍ସା ପାଇଁ ବାରମ୍ବାର ଅର୍ଥ ଖର୍ଚ୍ଚ କରି ନୟାନ୍ତ ହେବା ପରେ ଏହି ଗରିବ ପରିବାର ଏବେ ଚିନ୍ତାରେ ରହିଛନ୍ତି। ଦିବ୍ୟଙ୍ଗ ଯୁବକ ଜଣକ ହେଉଛନ୍ତି ତାଳପଡା ଗ୍ରାମର ଭଗବାନ ସେଠୀ ବୋଲି ଜଣା ପଡ଼ିଛି।ଭଗବାନ କୋଡ଼ିଏ ବର୍ଷ ପୂର୍ବେ ଶଶୁର ଘରକୁ ଆସି ଘର ମାଧବ ସେଠୀଙ୍କ ଘର ଜ୍ୱାଇଁ ଭାବେ ରହୁଛନ୍ତି। ତାଙ୍କର କୌଣସି ସନ୍ତାନ ନଥିବା ବେଳେ ପରିବାରରେ ପତ୍ନୀଙ୍କ ସହ ବୃଦ୍ଧ ଶାଶୂ ଶଶୁର ରହନ୍ତି। ତାଙ୍କର ପାଞ୍ଚ ବର୍ଷ ପୂର୍ବେ ପ୍ରଥମେ ହାର୍ନିଆ ରୋଗ ବାହାରି ଥିଲା।ଏହା ପରେ ସେ ଅସ୍ତ୍ରୋପଚାର କରି ଥିଲେ। ପୁଣି ଦୁଇ ବର୍ଷ ପୂର୍ବେ ପେଟରେ ବଥ ହୋଇ ଯନ୍ତ୍ରଣା ଅନୁଭବ କରିବା ପରେ ପୁଣି ଅସ୍ତ୍ରୋପଚାର କରି ଥିଲେ। ତେବେ ଏହାର କିଛିଦିନ ପରେ ପୁଣି ତାଙ୍କୁ ଜ୍ଵର ହେବା ସହ ଡାହାଣ ଆଖି କୁ ଠିକ ଭାବେ ଦେଖାଯାଇନଥିଲା।

 

- Advertisement -

ଏହା ପରେ ଚିକିତ୍ସା କରିବା ସତ୍ୟେ ଆଖିକୁ ଦେଖା ନଯିବାରୁ କାମ ଧାମ କରିବା କଷ୍ଟ ଅନୁଭବ କରୁଥିଲେ। ଏହିଭଳି ଅବସ୍ଥା ଦେଖି ସରକାରୀ ସହାୟତା ମିଳିବା ଆଶାରେ ଦିବ୍ୟାଙ୍ଗ ସାର୍ଟପିଫିଟ କରିଥିଲେ। ତେବେ ରୋଗ ପିଛା ନଛାଡ଼ିଲା ଭଳି ଏବେ ତାଙ୍କୁ ଅପସ୍ମ।ର ରୋଗ ହେବା ଦେଖି ପୁଣି ଡାକ୍ତର ପାଖକୁ ଯାଇ ଚିକିତ୍ସା କରିଥିଲେ। ତେବେ ଅପସ୍ମ।ର ରୋଗ ଭଲ ହୋଇନଥିବା ବେଳେ ପୁଣି ମୁଣ୍ଡ ଯନ୍ତ୍ରଣା ହେବା ଦେଖିପୁଣି ଡାକ୍ତର ପାଖକୁ ଯାଇଥିଲେ। ତେବେ ମସ୍ତିଷ୍କ ରେ ମାଂସ ବଢିଥିବା ଡାକ୍ତର ସୂଚନା ଦେଇଥିଲେ।ଯାହାକୁ ଦେଖି ପରିବାର ଚିନ୍ତା ବଢ଼ିବାରେ ଲାଗିଛି। ପୂର୍ବରୁ ଗ୍ରାମରେ କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବାରମ୍ବାର ରୋଗ ଯୋଗୁଁ ଭାଙ୍ଗି ପଡିଛନ୍ତି। ବହୁ ସମୟ ବିଛଣାରେ ଶୋଇ ରହୁଛନ୍ତି। ଜଣେ ଗରିବ ବ୍ୟକ୍ତି ହୋଇଥିବା ବେଳେ ଅର୍ଥର ଅଭାବ ଯୋଗୁଁ ଅଧିକା ଚିକିତ୍ସା କରିପାରୁ ନାହାନ୍ତି।ପ୍ରଶାସନ ଏହି ଗରିବ ବ୍ୟକ୍ତି ଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହିତ ଭତ। ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories