www.samajalive.in
Sunday, December 7, 2025
26.1 C
Bhubaneswar

ପୂଜା ପାଇଲେ ପଟି ଦିଅଁ, ଅଣସର ଘରେ ମହିମାମଣି 

ବାଙ୍କୀ: ବାଙ୍କୀ ଉପଖଣ୍ଡର ରଗଡ଼ି ଗ୍ରାମରେ ପୂଜା ପାଉଥିବା ରାଜ ପ୍ରତିଷ୍ଠିତ ମହିମାମଣି ଦେବ ସ୍ନାନ ଯାତ୍ରା ସାରି ଫେରିଛନ୍ତି । ସ୍ନାନ ପରେ ଠାକୁରଙ୍କୁ ଜ୍ୱର ହେବାରୁ ତାଙ୍କୁ ଅଣସର ଘରେ ରଖାଯାଇ ଗୁପ୍ତ ରିତିରେ ପୂଜାର୍ଚ୍ଚନା ଚାଲୁରହିଛି । ମହିମାମଣି ଅଣସରରେ ଘରେ ରହିଥିବାରୁ ମୁଖ୍ୟ ମନ୍ଦିରରେ ପଟି ଦିଅଁ ପୂଜା ପାଉଥିବା ଦେଖାଯାଇଛି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ୟ୍ୟନ୍ତ ପଟି ଦିଅଁ ପୂଜା ପାଇବେ ବୋଲି ମନ୍ଦିରର ବଡ଼ ପଣ୍ଡା ନବ କିଶୋର ମହାପାତ୍ର ପ୍ରକାଶ କରିଛନ୍ତି । ଠାକୁରଙ୍କ ନିକଟରେ ଶଙ୍ଖୁଡ଼ି ଭୋଗ ହେଉନଥିବା ଜଣାପଡ଼ିଥିବା ବେଳେ କେବଳ ଫଳ ଏବଂ ପଣା ନୀତି ଅର୍ପଣ ହେଉଛି । କୋଭିଡ଼ କଟକଣା ପାଇଁ ସାଧାରଣ ଦର୍ଶନକୁ ମନ୍ଦିର ପରିଚାଳନା କମିଟି ବନ୍ଦ ରଖିଥିବା ଟ୍ରଷ୍ଟି ଭୃଗୁରାମ ରାଉତ ପ୍ରକାଶ କରିଛନ୍ତି । ବ୍ରାହ୍ମଣ ସେବାୟତ ରାଜ କିଶୋର ମହାପାତ୍ର, ସଞ୍ଜୟ ମହାପାତ୍ର, ସନ୍ତୋଷ ମହାପାତ୍ର, ବନ ବିହାରୀ ପଣ୍ଡା, ବିକାଶ ମହାପାତ୍ର, ମାଳି ସେବାୟତ ହାଡ଼ି ବନ୍ଧୁ ରଣା, କୁରୁପା ରଣା, ଧୃବ ରଣା, ବାବୁଲା ରଣାଙ୍କ ସମେତ ଛତିଶା ନିଜୋଗର ସେବାୟତ ଠାକୁରଙ୍କ ସେବା କାର୍ୟ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି । ପୀଠଟି ଅନ୍ୟ ଜଗନ୍ନାଥ ପୀଠଠାରୁ ସ୍ୱତନ୍ତ୍ରତା ବହନ କରିଥାଏ । ଏହି ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପୂଜା କରାଯାଉ ନ ଥିବା ବେଳେ କେବଳ ଜଗନ୍ନାଥଙ୍କୁ ମହିମାମଣି ନାମରେ ପୂଜାର୍ଚ୍ଚନା କରାଯାଇଥାଏ ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories