www.samajalive.in
Sunday, December 7, 2025
16.1 C
Bhubaneswar

ଦେଶରେ ପ୍ରଥମ: ଆଜି ଲଞ୍ଚ କରିବ କରୋନାର ଆୟୁର୍ବେଦିକ ଔଷଧ

ହରିଦ୍ବାର: ମହାମାରୀ କରୋନା ଭୂତାଣୁର ଚିକିତ୍ସା ପାଇଁ ଦେଶରେ ପ୍ରଥମ କରି ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି ପତଞ୍ଜଳି। ଯୋଗଗୁରୁ ବାବା ରାମଦେବଙ୍କ ଏହି ସଂସ୍ଥା ଆଜି ଅର୍ଥାତ ଜୁନ ୨୩ରେ ଏହି ଔଷଧର ଲଞ୍ଚ କରିବ। ଔଷଧର ନାଁ ହେଉଛି ‘କରୋନିଲ’। ଉତ୍ତରାଖଣ୍ଡ ହରିଦ୍ବାରର ଯୋଗପୀଠରେ ଏହାର ଶୁଭାରମ୍ଭ କରାଯିବ। ପତଞ୍ଜଳି କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଥିବା ନେଇ ନିକଟରେ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଚାର୍ଯ୍ୟ ବାଲକ୍ରିଷ୍ଣ ଦାବି କରିଥିଲେ। ଅଶ୍ଵଗନ୍ଧା, ଗିଲଏ ଏବଂ ତୁଳସୀରୁ ପ୍ରସ୍ତୁତ ଏହି ଔଷଧ କରୋନା ରୋଗୀଙ୍କୁ ୧୦୦ ପ୍ରତିଶତ ଆରୋଗ୍ୟ କରିବାରେ ସଫଳ ହୋଇଥିବା ବାବା ରାମଦେବ ପ୍ରକାଶ କରିଛନ୍ତି।

ବାଲକ୍ରିଷ୍ଣ କହିଛନ୍ତି, ପତଞ୍ଜଳିର ଏହି ଔଷଧ ଦ୍ବାରା ୫ରୁ ୧୪ ଦିନ ମଧ୍ୟରେ କରୋନା ରୋଗୀ ଆରୋଗ୍ୟ ହେଉଛି। କରୋନା ବ୍ୟାପିବା ପରେ ଆମେ ଏକ ବୈଜ୍ଞାନିକ ଟିମ୍‌ଙ୍କୁ ନିଯୁକ୍ତ କରିଥିଲୁ। ପ୍ରଥମତଃ ଏହି ଭୂତାଣୁକୁ ଅନୁକରଣ କରାଯାଇଥିଲା ଏବଂ ଏହା ସହିତ ଲଢ଼ିବା ଓ ଶରୀରରେ ଏହା ନ ବ୍ୟାପିବା ଲାଗି ଆବଶ୍ୟକ ଯୌଗିକଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଏହା ପରେ ଆମେ ୧୦୦ ରୋଗୀଙ୍କୁ ନେଇ ଏକ ପରୀକ୍ଷା କରିଥିଲୁ, ଯେଉଁଥିରେ ୧୦୦ ପ୍ରତିଶତ ସଫଳତା ମିଳିଛି। ଆମ ଔଷଧ ସେବନ କରିବା ପରେ କରୋନା ରୋଗୀମାନେ ୫ରୁ ୧୪ ଦିନ ମଧ୍ୟରେ ଆରୋଗ୍ୟ ହୋଇଥିଲେ ଏବଂ ସେମାନଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ତେଣୁ ଆୟୁର୍ବେଦ ମାଧ୍ୟମରେ କରୋନାର ଚିକିତ୍ସା ସମ୍ଭବ ବୋଲି ବାଲକ୍ରିଷ୍ଣ କହିଛନ୍ତି। ଆଗାମୀ ୪/୫ ଦିନ ମଧ୍ୟରେ ଆମେ ଚିକିତ୍ସା ସମ୍ପର୍କିତ ତଥ୍ୟ ଏବଂ ପ୍ରମାଣ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ନିଜକୁ ସୁସ୍ଥ ରଖିବା ଲାଗି ଲୋକମାନେ ଯୋଗାଭ୍ୟାସ କରିବାକୁ ବାଲକ୍ରିଷ୍ଣ ପରାମର୍ଶ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories