www.samajalive.in
Saturday, December 6, 2025
26.1 C
Bhubaneswar

ଭୋଡାଫୋନର ଡବଲ ଡାଟା ପ୍ଲାନ..

ନୂଆଦିଲ୍ଲୀ: କରୋନାର ପ୍ରଭାବ ଜାରି ରହିଥିବାରୁ ବିଭିନ୍ନ କମ୍ପନୀ ଓ୍ବାର୍କଫ୍ରମ ହୋମ ବ୍ୟବସ୍ଥା ଲାଗୁ କରିଥିବା ବେଳେ । ସ୍କୁଲ ଓ କଲେଜ ମାନଙ୍କରେ ଅନଲାଇନ ପାଠପଢା ଚାଲିଛି । ଏଭଳି ପରିସ୍ଥିତିରେ ଇଣ୍ଟରନେଟର ବ୍ୟବହାର ବହୁତ ଅଧିକ ହୋଇଛି । ଲୋକଙ୍କ ଆବଶ୍ୟକତା ଦେଖି ଭୋଡାଫୋନ୍ ଆଇଡିଆ, ଜିଓ, ​​ବିଏସ୍ଏନ୍ଏଲ୍ ଏବଂ ଏୟାରଟେଲ ଭଳି କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଡବଲ୍ ଡାଟା ଅଫର୍ ପ୍ରଦାନ କରୁଛନ୍ତି । ତେବେ ଆସନ୍ତୁ ଆପଣଙ୍କୁ ଭୋଡାଫୋନ୍ ଆଇଡିଆର ଏପରି କିଛି ଯୋଜନା ବିଷୟରେ କହିବା ଯେଉଁଥିରେ ଆପଣ ୫ ଜିବି ଅତିରିକ୍ତ ଡାଟା ପାଇବେ ।

୧୪୯ ଟଙ୍କାର ପ୍ଲାନ : ପ୍ରଥମ ପ୍ଲାନ ହେଉଛି ୧୪୯ ​​ଟଙ୍କା। ଯେଉଁଥିରେ ଆପଣ ୧ ଜିବି ଅତିରିକ୍ତ ଡାଟା ପାଇବେ। ଏହି ଯୋଜନାରେ ମୋଟ ୩ଜିବି ଡାଟା ଉପଲବ୍ଧ ହେବ। ଏହାସହ ଆପଣଙ୍କୁ ଅସୀମିତ କଲିଂର ସୁବିଧା ମିଳିବ। ଏହାର ବୈଧତା ୨୮ ଦିନ ଅଟେ।

- Advertisement -

୨୪୯ ଟଙ୍କା ପ୍ଲାନ : ଏହି ପ୍ଲାନ ଟି ଏକ୍ସକ୍ଲୁସିଭ୍ ଅଟେ। ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ସହ ୫ ଜିବିର ଅତିରିକ୍ତ ଡାଟା ମିଳିବ । ଏହାର ବୈଧତା ୨୮ ଦିନ ଏବଂ ଏହାର ଅସୀମିତ କଲିଂ ସୁବିଧା ମଧ୍ୟ ଅଛି । ଏହି ଯୋଜନାରେ ଆପଣ ପ୍ରତିଦିନ ୧୦୦ଟି ଏସଏମଏସ ପାଇବେ ।

୨୯୯ ଟଙ୍କା ପ୍ଲାନ : ଏହି ଯୋଜନାରେ, ଆପଣ୨ ଜିବି ଡାଟା ପାଇବେ । ମୋଟ ଡାଟା ୪ଜିବି ପାଇବେ । ସମସ୍ତ ନେଟୱାର୍କରେ ଅସୀମିତ କଲିଂ ସହିତ ଭୋଡାଫୋନ୍ ପ୍ଲେ ଆପ୍ ଏବଂ ଜି୫ ଆପ୍ସ ପାଇଁ ସବସ୍କ୍ରିପସନ୍ ମଧ୍ୟ ରହିବ। ଏହାର ଯୋଜନାର ବୈଧତା ୨୮ ଦିନ ଅଟେ।

୩୯୯ ଟଙ୍କା ପ୍ଲାନ : ଏହି ପ୍ଲାନର ବୈଧତା ୫୬ ଦିନ ଅଟେ । ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ସହିତ ୫ ଜିବି ଡାଟା ଅତିରିକ୍ତ ପାଇବେ । ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଏବଂ ଭୋଡାଫୋନ୍ ପ୍ଲେ ସହିତ ଜି୫ ଆପର ସବସ୍କ୍ରିପସନ୍ ମିଳିବ।

୫୯୯ ଟଙ୍କା ପ୍ଲାନ : ଏହି ପ୍ଲାନର ବୈଧତା ୮୪ ଦିନ ଅଟେ । ଏହି ଯୋଜନାରେ ପ୍ରତିଦିନ ୧.୫ଜିବି ଡାଟା ସହିତ ୫ଜିବିର ଅତିରିକ୍ତ ଡାଟା ଉପଲବ୍ଧ ହେବ। ଏଥିରେ ପ୍ରତିଦିନ ୧୦୦ଟି ଏସଏମଏସ ମିଳିବ । ସମସ୍ତ ନେଟୱାର୍କ ପାଇଁ ଅସୀମିତ କଲିଂର ସୁବିଧାସହ ଭୋଡାଫୋନ୍ ପ୍ଲେ ସହିତ ଜି୫ ଆପର ସବସ୍କ୍ରିପସନ୍ ମିଳିବ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories