www.samajalive.in
Sunday, December 7, 2025
26.1 C
Bhubaneswar

ପାଟଣାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ପାଟଣା : କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ପାଟଣା ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ୧୩୪ ଟି ଅଭିଯୋଗର ଶୁଣାଣି କରିଛନ୍ତି। ଏହା ଛଡ଼ା ଅଭିଯୋଗକାରୀ ଥିବା ୬ ଜଣ ଦିବ୍ୟାଙ୍ଗଙ୍କୁ ତତ୍କାଳ ୬ଟି ତିନି ଚକିଆ ସାଇକେଲ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରମୁଖ ଅଭିଯୋଗ ମଧ୍ୟରେ ଢେଙ୍କିକୋଟ ଟିକିରା ବିଦ୍ୟୁତ ଗ୍ରୀଡ଼ରୁ ପାଟଣାକୁ ସିଧାସଳଖ ବିଦ୍ୟୁତ ସଂଯୋଗ କାମ ଦୁଇମାସ ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପାଟଣା ବଜାର ଅଞ୍ଚଳରୁ ବିଦେଶୀ ମଦଦୋକାନ ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ସହ ବାର୍ଦ୍ଧକ୍ୟ, ବିଧବା ଭତ୍ତା, ଯୋଗାଣ ବିଭାଗର ପଡିକାର୍ଡ, ଆବାସ ଯୋଜନା, ସାମାଜିକ କଲ୍ୟାଣ, ଶିକ୍ଷା, ବିଦ୍ୟୁତ, ସ୍ୱାସ୍ଥ୍ୟ, ଜଳ ଯୋଗାଣ,ବନବିଭାଗ, ଉଦ୍ୟାନ ବିଭାଗ ଓ କୃଷି ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଆଶିଷ ଠାକରେଙ୍କ ସହ ଏସ ପି ମିତ୍ରଭାନୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଉପଜିଲ୍ଲାପାଳ ରାମ ଚନ୍ଦ୍ର କିସ୍କୁ, ସହକାରୀ ଜିଲ୍ଲାପାଳ ସୁଚିସ୍ମିତା ଦାଶ, ଜିଲ୍ଲା ଶିକ୍ଷାଧିକାରୀ ପୁର୍ଣ୍ଣ ଚନ୍ଦ୍ର ସେଠୀ, ପାଟଣା ବିଡ଼ିଓ ଇଶ୍ୱର ଚନ୍ଦ୍ର ନାଏକ ,ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ଉପସ୍ଥିତରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଶିବିରରେ ଜିଲ୍ଲା ସହକାରୀ ଯୋଗାଣଅଧିକାରୀ ମନମୋହନ ପଟ୍ଟନାୟକ,ବ୍ଲକ ଯୋଗାଣ ନିରୀକ୍ଷକ ବିଦ୍ୟୁତ ଲତା ନାୟକ,ପାଟଣା ବନପାଳ ଟିକେଶ୍ୱର ମହାନ୍ତ, ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁ,ଏବିଇଓ ସଚିଦା ନନ୍ଦ ସେଠି,ଗୌରାଙ୍ଗ ଚରଣ ଖିଲାର, ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ,ପ୍ରମୁଖ ଅନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଶେଷ କରି ଦିବ୍ୟାଙ୍ଗଙ୍କୁ ସହାୟତା, ଆବାସ ଯୋଜନା ଭତ୍ତା ଆଦି ଅଭିଯୋଗ ଅଧିକ ଥିଲା।ପାଟଣା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳ, କନିଷ୍ଠ ଯନ୍ତ୍ରୀ ଅଯୟ କୁମାର ଓ ଅଜୟ ବେହେରା ପ୍ରମୁଖ ଅନ୍ୟ କର୍ମଚାରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories