www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ପାଟଣା :  ସକାଳ ୯ଟା ସମୟରେ ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ- ଚିନାମାଳିପଶି ରାସ୍ତାର ହାତୀନୋଟା ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ପାଟଣା ଥାନା ଅନ୍ତର୍ଗତ ପୁଟୁଳିଆ ଗ୍ରାମର ବିଜୟ କୁମାର ମହାନ୍ତ(୧୮) ବୋଲି ଜଣାପଡିଛି। ଦୁର୍ଘଟଣା ରେ ରାସ୍ତାରେ ମୁହଁ ମାଡି ଛିଟିକି ପଡିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଇଲାକା ଟି ଘଟଗାଁ ଥାନା ଅଞ୍ଚଳ ହେ।ଇଥିବାରୁ ଘଟଗାଁ ପୁଲିସକୁ ଖବର ଦିଆଯାଇଥିଲା। ପଥର ପରିବହନ କରୁଥିବା ଏହି ଟ୍ରାକ୍ଟରଟି ଦୁର୍ଘଟଣା ଘଟାଇ ଜଙ୍ଗଲ ଭିତରକୁ ଫେରାଇ ହୋଇଯାଇଥିବାରୁ ପୁଲିସ ଉକ୍ତ ଟ୍ରାକ୍ଟର କୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି।। ଘଟଣାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତି ପୂରଣ ଦାବିରେ ଲୋକ ମାନେ ରାସ୍ତା ଅବରୋଧ କରିଥିଲେ। ତେବେ ଶେଷ ଖବର ସୁଦ୍ଧା ମୃତକ ର ଶବକୁ ଘଟଗାଁ ପୁଲିସ ଶବକୁ ଉଦ୍ଧାର କରି ପାଟଣାରେ ବ୍ୟବଚ୍ଛେଦ କରାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories