ବିଦ୍ୟୁତ ଦେୟ ସୂଚନା କର୍ମଶାଳା ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପାଟଣା ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ଦେୟ ସୂଚନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଟାଟା ପାୱାର ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ବିଦ୍ୟୁତ ବିଲ ମୋବାଇଲ ଦ୍ୱାରା ପଇଠ କରାଯାଇପାରିବା ସମ୍ବନ୍ଦରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଥିଲା। ବିଦ୍ୟୁତ ଦେୟ ଦେବାପାଇଁ ନିଜ ମୋବାଇଲ ରେ ଟାଟା ମାଇଁ ପାଓ୍ବାର ଅପଲୋଡ କରିବା ପରେ ଯେକେହି ନିଜ ଘରର ବିଦ୍ୟୁତ ମିଟରରୁ ରିଡିଙ୍ଗ ନେବା ସହ ଦେୟ ମଧ୍ୟ କିପରି ପଇଠ କରିବେ ସେ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଥିଲା।

ଏହି କର୍ମଶାଳା ପାଟଣା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପଦ୍ମ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟାଟା ପାୱାର ଉପପରିଚାଳକ ମାନସ ରଞ୍ଜନ ସ୍ୱାଇଁ, ଚିତ୍ତରଞ୍ଜନ ପ୍ରଧାନ ଓ ହେମନ୍ତ କୁମାର ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଓ ଅନ୍ୟ ମାନଙ୍କ ମଧ୍ୟରେ ସୌଦାମିନୀ ବାରିକ, ମିତ୍ରଭାନୁ ମହାନ୍ତ, ସତ୍ୟାନନ୍ଦ ମହାନ୍ତ, କାହ୍ମୁ ଚରଣ ପଲେଇ ପ୍ରମୁଖଙ୍କ ସହିତ ବିଦ୍ୟୁତ ବିଭାଗର ଆଦର୍ଶ ବର୍ଷା, ନିହାର ରଞ୍ଜନ ଖଟୁଆ, ବିଜୟ କୁମାର ମହାନ୍ତ, କିଶୋର ପାଣିଗ୍ରାହୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

Comments are closed.