www.samajalive.in
Saturday, December 6, 2025
26.1 C
Bhubaneswar

ଘରୋଇ କଳିର କରୁଣ ପରିଣତି ; ବିଷ ପିଇ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣାଥାନା ଅନ୍ତର୍ଗତ ମଙ୍ଗଳପୁର ଲେଖେନା ଗ୍ରାମରେ ପିଇ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ୱର୍ଗତ ଗୋପାଳ ମୁଣ୍ଡାଙ୍କ ବଡ଼ପୁଅ ରଞ୍ଜିତ ମୁଣ୍ଡା (ମାଠୁ) ୨୫ ।
ସୂଚନା ଯୋଗ୍ୟ, ରଞ୍ଜିତ ମୁଣ୍ଡା ଘରୋଇ କଳହକୁ ନେଇ ବୁଧବାର ବିଷ ପିଇ ଦେଇଥିଲେ । ତାଙ୍କୁ ସଂଗେ ସଂଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ଏହାପରେ ସନ୍ଧ୍ୟାରେ ସ୍ୱାସ୍ଥ୍ୟ କେନ୍ଦ୍ରରୁ ତାଙ୍କୁ ଘରକୁ ଅଣାଯାଇଥିଲା। ସେତେ ବେଳେକୁ ରଞ୍ଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ଥିଲା। ମାତ୍ର ପୁଣି ରାତି ରେ ରଞ୍ଜିତ ଆଉ ଥରେ ବିଷ ପିଇ ଦେଇ ଥିବା ପରିବାର ଲୋକେ କହିଛନ୍ତି। ଫଳରେ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ସେ ମାସେ ହେବ ବିବାହ କରିଥିଲେ । ଖବର ପାଇ ପାଟଣାଥାନା ସବନିସ୍ପେକ୍ଟର ଅନୁପ କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପାଟଣା ଗୋଷ୍ଠୀ କେନ୍ଦ୍ରକୁ ପଠାଯାଇଛି । ଏହାସହ ପୁଲିସ ଘଟଣାର ସଠିକ ତଦନ୍ତ ମଧ୍ୟ ଜାରି ରଖିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories