www.samajalive.in
Monday, December 8, 2025
27.1 C
Bhubaneswar

ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅନ୍ତର୍ଗତ ଚେମଣା ମୁଣ୍ଡା ସାହିରେ ଜଣେ ନାବାଳକର ସନ୍ଦେହ ଜନକ ମୃତ୍ୟୁ ଘଟିଛି।ତେବେ ନାବାଳକ ଜଣକ କାଜୁ ଜଙ୍ଗଲରେ ଫାଶୀ ଦେଇ ମୃତ୍ୟୁ ବରଣ କରିଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ ପାରିପାର୍ଶିକ ଘଟଣାରୁ ଏହା ଏକ ଯୋଜନା ବଦ୍ଧ ହତ୍ୟା କାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

ଚେମଣା ଗ୍ରାମର ଲୁଲୁ ମୁଣ୍ଡାଙ୍କ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ପୁଅ ମନୋଜ ମୁଣ୍ଡା(୮) ଗତ କାଲିଠାରୁ ନିଖୋଜ ଥିବା କୁହାଯାଉଥିବାବେଳେ ଆଜି ସକାଳୁ ମନୋଜର ମୃତଦେହ ଚେମଣା ମୁଣ୍ଡା ସାହି ପାଖ କାଜୁ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଦେଖାଯାଇଥିଲା । ଏନେଇ ତୁରୁମୁଙ୍ଗା ପୁଲିସକୁ ଖବର ଦିଆଯାଇଥିବା ବେଳେ ପୁଲିସ ଚେମଣା ଗ୍ରାମକୁ ଯାଇ ମନୋଜ ମୁଣ୍ଡାର ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ କେନ୍ଦୁଝର ପଠାଇଛି। ମନୋଜର ମୁହଁ, ହାତ ଓ ଗୋଡ଼ରୁ ରକ୍ତ ବାହାରୁଥିବାରୁ ତାକୁ ହତ୍ୟା ପରେ ଗଛରେ ଝୁଲାଇ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories