ପାଟଣା : ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ତୋରାଣିପୋଖରୀ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗ୍ରାମର ଲକ୍ଷ୍ମଣ ନାଏକ ଙ୍କ ପତ୍ନୀ କୋଇଲି ନାଏକ ଅପରାହ୍ନରେ ଧାନ କାଟି ବିଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ୧୦୮ ରୋଗୀଯାନରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି। ବନ ବିଭାଗ ପକ୍ଷରୁ କୋଇଲିଙ୍କ ଚିକିତ୍ସା ଦାୟିତ୍ଵ ନିଆଯିବା ସହ ତାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।
Popular Categories



