www.samajalive.in
Saturday, December 6, 2025
16.1 C
Bhubaneswar

ବେଆଇନ ବାଲି ବୋଝେଇ ୪ ଟ୍ରାକ୍ଟରକୁ ଜବତ କଲା ପୁଲିସ

ପାଟଣା: ପାଟଣା ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏ ନେଇ  ପାଟଣା ପୁଲିସ  ତହସିଲଦାର ଶିବପ୍ରସାଦ ମୁର୍ମୁଙ୍କୁ ସୂଚନା ଦିଆଯାଇଥିଲା। ତହସିଲଦାର ଶ୍ରୀ ମୁର୍ମୁଙ୍କ ପକ୍ଷରୁ ଜବତ ଟ୍ରାକ୍ଟରଟି ଉପରେ ୨୦ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଛି। ପାଟଣା ତହସିଲ ଅଞ୍ଚଳରୁ ତୁରୁମୁଙ୍ଗା ଠାରୁ ଡୁମୁରିଆ ଚିନାମାଳିପଶି ଯାଏ ବାଲି ମାଫିଆ ମାନେ ସକ୍ରିୟ ହୋଇ ଉଠି ଥିବାରୁ ବିପୁଳ ରାଜସ୍ବ ହାନି ହେଉଥିବା ବେଳେ ପୁଲିସ ପଦକ୍ଷେପକୁ ସାଧାରଣ ରେ ସ୍ବାଗତ କରାଯାଇଛି। ଅନ୍ୟପକ୍ଷରେ ପାଟଣା ଥାନା ଅଞ୍ଚଳ ସାହରପଡା ବ୍ଲକ ସୀମାରୁ ତିନୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର କୁ ପାଟଣା ପୋଲିସ ଜବତ କରି ସାହରପଡ଼ା ତହସିଲଦାର ଲମ୍ବୋଦର ଖୁଣ୍ଟିଆଙ୍କ ଜୀମା ଦିଇଥିଲା । ଜବତ ତିନୋଟି ଟ୍ରାକ୍ଟର ମଧ୍ୟରୁ ଦୁଇ ଟ୍ରାକ୍ଟର ମାଲିକ ଙ୍କୁ ୧୦ ହଜାର ୫ଶହ ଲେଖାଏଁ ଜୋରିମାନା କରାଯାଇଥିବା ବେଳେ ଆଉ ଜଣେ ଟ୍ରାକ୍ଟର ମାଲିକ ଆସି ନ ଥିବାରୁ ଜୋରିମାନା ସମ୍ପର୍କରେ ନିଷ୍ପତ୍ତି ହୋଇ ନ ଥିବା ସାହାରପଡା ତହସିଲଦାର ଲମ୍ବୋଦର ଖୁଣ୍ଟିଆ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories