www.samajalive.in
Saturday, December 6, 2025
16.1 C
Bhubaneswar

ଇଟା ଭାଟି ଚୁଲାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାଟଣା: ପାଟଣା ଥାନା ଅନ୍ତର୍ଗତ ମାଛଗଡ ପଞ୍ଚାୟତ ବାଉଁଶନାଳି ଗ୍ରାମର ଏକ ଇଟା ଭାଟିରୁ ଲିଭିଯାଇଥିବା ଚୁଲା ମଧ୍ୟରୁ ଜଣେ ମହିଳାଙ୍କ ମୃତ ଦେହକୁ ଶୁକ୍ରବାର ପାଟଣା ପୁଲିସ ଉଦ୍ଧାର କରି ପାଟଣାରେ ଶବ ବ୍ୟବଚ୍ଛେଦ କରାଇଛି। ମୃତ ମହିଳା ଜଣକ ବାଉଁଶନାଳି ଗ୍ରାମର ଚମ୍ପା ମୁଣ୍ଡା(୪୦) ବୋଲି ଜଣାପଡିଥିବା ବେଳେ ତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଦୁର୍ବୃତ୍ତ ଇଟା ଭାଟି ଚୁଲା ଭିତରେ ପୁରାଇ ଇଟା ଢଙ୍କାଇ ଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳୁ ସକାଳୁ ଇଟା ଭାଟି ମାଲିକ ଇଟାଭାଟି ନିକଟକୁ ଆସିବା ପରେ ଘଟଣାଟି ଜଣା ପଡିଥିଲା। ଖବର ପାଇ ଘଟଗାଁ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, ପାଟଣା ଥାନା ଅଧିକାରୀ ସୋମନାଥ ଜେନା, ସବଇନ୍ସପେକ୍ଟର ଅରୁପ କୁମାର ସାମଲ ଓ ସାହାରପଡା ଫାଣ୍ଡି ଅଧିକାରୀ ଶିବପ୍ରସାଦ ଆଇଚ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ସବିଶେଷ ତଦନ୍ତ କରିବା ସହ ଇଟାଭାଟି ଭିତରୁ ଶବ ଉଦ୍ଧାର କରିଥିଲେ। ବାଉଁଶନାଳି ଗ୍ରାମର ଚମ୍ପା ମୁଣ୍ଡାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଖଡିବେଡା ଗ୍ରାମର ବାଗନ ପୂର୍ତ୍ତିଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ। ଚମ୍ପା ମୁଣ୍ଡାଙ୍କ ହତ୍ୟା ପଛରେ ଦ୍ବିତୀୟ ସ୍ବାମୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଥିବା ବେଳେ ତଦନ୍ତକାରୀ ଅଧିକାରୀ ଅରୁପ କୁମାର ସାମଲ ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories